ସହକାରୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି । ରେଡ୍ ବେଳେ ଘରୁ ବାହାରୁଛି ପୁଳାପୁଳା ସୁନା ଓ ଟଙ୍କା । ଏପର୍ଯ୍ୟନ୍ତ ଜବତ ହେଲାଣି ନଗଦ ୨୨ ଲକ୍ଷ । ଭିଜିଲାନ୍ସ ଜାଲରେ ପଡିଛନ୍ତି ଆଠମଲ୍ଲିକ ବ୍ଳକର ସହକାରୀ ନିର୍ବାହୀ ଯନ୍ତ୍ରୀ ରାମ ଚନ୍ଦ୍ର ଶତପଥୀ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ୯ଟି ସ୍ଥାନରେ ରେଡ୍ କରୁଛି । ଢେଙ୍କାନାଳ ସମେତ, ଅନୁଗୁଳ, କଟକ ଓ ଭବାନୀପାଟଣା ର ୯ ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଚଢାଉ ବେଳେ ତାଙ୍କ ଜ୍ବାଇଁ ତପନ କୁମାର ତ୍ରିପାଠୀଙ୍କ ଘରୁ ୨୨ ଲକ୍ଷ ଟଙ୍କା ଓ ସୁନା ଜବତ କରିଛି ଭିଜିଲାନ୍ସ । ଏଥିସହ ବିପୁଳ ପରିମାଣର ସୁନା ଗହଣା ମଧ୍ୟ ସିଜ୍ କରିଛି ଭିଜିଲାନ୍ସ ।
ଢେଙ୍କାନାଳ ସହର ଗାୟତ୍ରୀ ନଗରସ୍ଥିତ ବାସଭବନ, ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟ, ସରକାରୀ ବାସଭବନ, ଢେଙ୍କାନାଳ ସଦର ବ୍ଲକ ବଣସିଂହସ୍ଥିତ ପୈତୃକ ଘର ଓ କଟକରେ ଚାଲିଛି ରେଡ୍ । ଏଥିସହ ଭବାନୀପାଟଣାର ଧର୍ମଗଡ ଓ ଜୁନାଗଡ଼ରେ ଥିବା ଦୁଇ ଝିଅଙ୍କ ଘରେ ବି ରେଡ୍ ଚଳାଇଛି ଭିଜଲାନ୍ସ ଟିମ୍ । ଅଧିକ ତଦନ୍ତ ପାଇଁ ରାମ ଚନ୍ଦ୍ର ଶତପଥୀଙ୍କୁ ଢେଙ୍କାନାଳରୁ ଆଠମଲ୍ଲିକ ନେଇଛି ଭିଜିଲାନ୍ସ ଟିମ୍ । ସମୁଦାୟ ୯ଟି ଟିମ୍ ଏକା ସହିତ ଚଢ଼ାଉ କରୁଛନ୍ତି, ରାମଚନ୍ଦ୍ରଙ୍କର ପ୍ରାୟ ୧୯ରୁ ଅଧିକ ଜାଗା ଥିବାର ସୂଚନା ମିଳିଛି । ଭିଜିଲାନ୍ସ ଟିମ୍ ରାମ ଚନ୍ଦ୍ର ଶତପଥୀ ଏବଂ ତାଙ୍କ ଜ୍ବାଇଁଙ୍କୁ ଜେରା କରୁଥିବା ବେଳେ ରେଡ ମଧ୍ୟ ଜାରି ରହିଛି।