Odia News Portal

ବୋଥ୍ରାଙ୍କ ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ

ଡ୍ରାମା କରୁଥିଲେ ଅରୁଣ ବୋଥ୍ରା ! ପୂର୍ବ ତଦନ୍ତ ଉପରେ ଉଠିଲାଣି ପ୍ରଶ୍ନ । ବଡ଼ ବଡ଼ିଆଙ୍କୁ ଦେଉଥିଲେ କି ସୁରକ୍ଷା ? ବୋଥ୍ରାଙ୍କୁ କାଠଗଡ଼ାକୁ ଟାଣିଲା ଜୟନାରାୟରଙ୍କ ମନ୍ତବ୍ୟ । ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ଘଟଣାରେ ଅରୁଣ ବୋଥ୍ରା ଡ୍ରାମା କରିଥିଲେ । ଯେହେତୁ ଏ ଘଟଣାରେ ବହୁ ବଡ ବଡ଼ିଆଙ୍କ ସମ୍ପୃକ୍ତି ଅଛି,  ପ୍ରକୃତ ତଦନ୍ତ ହେଲେ ସେମାନଙ୍କ ମୁଣ୍ଡ କଟିବ । ସେଥିପାଇଁ ତଦନ୍ତକୁ ଦିଗହରା କରାଯାଇଥିଲା ।  ଗୋଟେ ଚିଠିକୁ flush କରି ଦେଖିଲେ, କାଗଜ ମିଳିବ କି ! ବେକାର କଥା କହିଥିଲେ । ସରକାର ତଦନ୍ତରେ ସ୍ପଷ୍ଟତା ଆଣିବାକୁ ତଦନ୍ତ କରୁଛନ୍ତି । ମୁଁ ଏବେବି ଏହି ଘଟଣାରେ ସିବିଆଇ ତଦନ୍ତ ହେଉ ବୋଲି ଦାବି କରୁଛି ବୋଲି କହିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର ।

ବିଜେପି ବିଧାୟକ ଜୟନାରାୟଣଙ୍କ ଏହି କଥାକୁ ସମର୍ଥନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା । ସେ କହିଛନ୍ତି, ସେତେବେଳେ ନବ ଦାସ ହତ୍ୟା ଘଟଣାରେ ତଦନ୍ତ ଦିଗହରା ହୋଇଛି । ଆମେ ବି ସେ ସମୟରେ ସ୍ଵର ଉଠାଇଥିଲୁ । ଏ ଘଟଣାର ତଦନ୍ତକାରୀ ଅଧିକାରୀ ଅରୁଣ ବୋଥ୍ରା ତଦନ୍ତକୁ ଦିଗହରା କରିଛନ୍ତି । ସିବିଆଇ ତଦନ୍ତ ହେଲେ ପ୍ରକୃତ ଷଡଯନ୍ତ୍ରକାରୀ ଧରାପଡିବେ ବୋଲି ସାଲୁଜା କହିଛନ୍ତି ।

ଅନ୍ୟପଟେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ବୋଥ୍ରାଙ୍କ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ନବ ଦାସ ହତ୍ୟା କାଣ୍ଡକୁ ନେଇ ବିଜେଡି ମଧ୍ୟ ପ୍ରତିକ୍ରିୟା ରଖିଛି । ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି, ଏବେ ତ ସରକାର ତାଙ୍କର । ସିବିଆଇ ତଦନ୍ତ କରୁନାହାଁନ୍ତି । ପ୍ରକୃତ ଦୋଷୀକୁ ଧରିବାରେ ଅସୁବିଧା କେଉଁଠି ବୋଲି ସେ କହିଛନ୍ତି ।