Odia News Portal

ବିମାନରେ ଲାଗିଲା ନିଆଁ, ୧୮ ମୃତ

ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବିମାନ। ଟେକ୍‌ ଅଫ୍‌ ବେଳେ ବିମାନରେ ଲାଗିଲା ନିଆଁ। ଏଥିରେ ୧୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ନେପାଳରେ ଏହି ଦୁର୍ଘଟଣା ଘଟିଛି।

ଆଜି କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୧୯ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଆରମ୍ଭ କରିଥିଲା ବିମାନ। ଉଡ଼ାଣ ବେଳେ ବିମାନଟି କ୍ରାଶ ହୋଇଯାଇଥିଲା। ଟେକ୍‌ଅଫ୍‌ କରିବା ବେଳେ ରନ୍‌ୱେରୁ ଖସିଯାଇଥିଲା ବିମାନ। ଏହାପରେ ବିମାନରେ ନିଆଁ ଲାଗିଥିଲା। ଏହି ଦୁର୍ଘଟଣା ପରେ ୧୮ ଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି।