ବିଧାନସଭା ଗୃହରେ ଉଠିଲା ଏମବିକେ, ବ୍ୟାଙ୍କ ମିତ୍ରଙ୍କ ଆନ୍ଦୋଳନ ପ୍ରସଙ୍ଗ । ପିଏମଜି ପ୍ରସଙ୍ଗରେ ଆଜି ବିଧାନସଭା ଗୃହରେ ହଙ୍ଗାମା ପରିସ୍ଥିତି ସୃଷ୍ଟି ହୋଇଛି l ଗୃହରେ ଏମବିକେ, ସିଆରପିଙ୍କ ଆନ୍ଦୋଳନ ପ୍ରସଙ୍ଗ ଉଠାଇଲା ବିଜେଡ଼ି l ରୁଲିଂ ଦାବି କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ୬୦ ହଜାର ରୁ ଉର୍ଦ୍ଧ ମହିଳାଙ୍କ କଥା ଚିନ୍ତା କରନ୍ତୁ ସରକାର । ଏମବିକେ, ବ୍ୟାଙ୍କ ମିତ୍ର, କୃଷି ମିତ୍ର ଓ ପ୍ରାଣୀ ମିତ୍ର ସହ ବିଭିନ୍ନ ସଂଗଠନର ବିକ୍ଷୋଭ ସୃଷ୍ଟି ହୋଇଛି l ସେପଟେ ପ୍ରମିଳାଙ୍କ କାଉଣ୍ଟର କରିଛନ୍ତି ବିଜେପି ବିଧାୟକ ମାନସ ଦତ୍ତ । ସେମାନଙ୍କ କାର୍ଯ୍ୟକାଳ ଏପ୍ରିଲ ୨୦୨୪ ରୁ ସରିଲାଣି । ପୂର୍ବ ସରକାର କାହିଁକି ଚୁକ୍ତିନାମାର ଅବଧି ବଢ଼ାଇଲେନି । ବିଜେଡି ନେତାଙ୍କୁ ସ୍ପଷ୍ଟି କରଣ ମାଗିଲେ ମାନସ ଦତ୍ତ । ଏପଟେ ବିଧାନସଭା ଆଗରେ ବିଭିନ୍ନ ମହିଳା ସଂଗଠନର ଆନ୍ଦୋଳନ କରିଛନ୍ତି । କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କ ବକେୟା ଦରମା ପ୍ରଦାନ ଦାବି ନେଇ ବିଧାନସଭା ସମ୍ମୁଖରେ ଅଲ୍ ଓଡିଶା ଜିପିଏଲ୍ଏଫ୍ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବାରମ୍ବାର ଅଭିଯୋଗ ପରେ ବି ସରକାର କିଛି ଶୁଣୁନାହାନ୍ତି । ସେଥିପାଇଁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୧୦ ଦଫା ଦାବି ନେଇ ରାଜ୍ୟ ସରକାରଙ୍କ ପାଖରେ ପ୍ରସ୍ତାବ ରଖିଛି ସଂଘ । ଏହାକୁ ନେଇ ଆଜି ଗୃହରେ ବିଜେଡି ବିଜେପି ମୁଁହା ମୁଁହି ହୋଇଛି ।୯ ମାସର ବକେୟା ସହ ବିଭିନ୍ନ ଦାବିରେ ହଜାର ହଜାର ମହିଳା ଏକାଠି ହୋଇଛନ୍ତି ।