ବିଧାନସଭା ହେଉଛି ପବିତ୍ର ଗୃହ, ଯେଉଁଠି ରାଜ୍ୟର ବିକାଶ ପାଇଁ ନୀତି ପ୍ରଣୟନ ହେବ କଥା। କିନ୍ତୁ ସେଠି ନିଜର ରାଜନୈତିକ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ଦୀର୍ଘ ଦିନ ହେବ ହାଇ ଡ୍ରାମା କରାଯାଉଛି। ଗତ ୭ ମାର୍ଚ୍ଚ ତାରିଖ ଠାରୁ ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳୁଛି, ଯାହା କି ବିଧାନସଭା ପରମ୍ପରାରେ କେବେ ବି ଗ୍ରହଣୀୟ ନୁହେଁ। ଯେତେବେଳେ ଏହା ଅସହଣିୟ ହେଲା ସେତେବେଳେ କଂଗ୍ରେସ ଦଳର ଜଣେ ବରିଷ୍ଠ ବିଧାୟକଙ୍କୁ ବାଚସ୍ପତି ନିଜର ଅନିଚ୍ଛା ସତେ ନିଲମ୍ବନ କଲେ। ଆଶା କରାଯାଉ ଥିଲା ଯେ ତାହା ପରେ କଂଗ୍ରେସ ବିଧାୟକମାନେ ନିଜ ଆଚରଣ ଉଚ୍ଚାରଣରେ ପରିବର୍ତ୍ତନ ଆଣିବେ। କିନ୍ତୁ କଂଗ୍ରେସ ବିଧାୟକମାନେ ଏହା କଲେ ନାହିଁ। ସାମ୍ବାଦିକ ସମ୍ମିଳନୀରେ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏଭଳି ଉଦ୍ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ରାଜନୈତିକ ଚକ୍ରାନ୍ତ କରି ଓଡ଼ିଶାର ବିଧାନସଭାକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରୁଛି।
ବିଧାନସଭାରେ ଗୁଣ୍ଡା ରାଜ କରିବା, କଦର୍ଯ୍ୟ ଭାଷା ବ୍ୟବହାର କରିବା, ଘଣ୍ଟ ଘଣ୍ଟା ବଜେଇବା ଅଗଣତାନ୍ତ୍ରିକ ଓ ବଡ଼ ଅପରାଧ। ଏହି ଆଚରଣ ପାଇଁ କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିଥିଲେ। ଅନ୍ଧୁଣି ଦୁଷ୍କର୍ମ ଛବିରାଣୀ, ଅଞ୍ଜନା ମିଶ୍ର ଘଟଣା ସାମ୍ନାକୁ ଆସିଥିଲା। କଂଗ୍ରେସ ଶାସନ କାଳରେ ମହିଳାଙ୍କ ଉପରେ ପାସବିକ ଅତ୍ୟାଚାର ହୋଇଥିଲା। ମହିଳାଙ୍କୁ ମୃତ୍ୟୁର ଦ୍ୱାର ଦେଖାଇ ଦେଇଛନ୍ତି। କିନ୍ତୁ ଆମ ସରକାର ସଚେତନ ଅଛନ୍ତି। ନିଜର ରାଜନୈତିକ ଅସ୍ତିତ୍ବ ବଞ୍ଚେଇବା ଓଡ଼ିଶାର ଲୋକଙ୍କ ସ୍ୱାର୍ଥକୁ ହନନ କରୁଛ କଂଗ୍ରେସ। ଆମେ ସ୍ପଷ୍ଟ ଭାବେ କହିଛୁ ଆଲୋଚନାକୁ ଆସନ୍ତୁ। କିନ୍ତୁ ଆଲୋଚନାକୁ ନ ଆସି ବାହାରେ ପ୍ରହସନ କରୁଛନ୍ତି।
ଆଇନ୍ ମନ୍ତ୍ରୀ କହିଛନ୍ତି, ଗୃହ କମିଟି ଯେଉଁ ଦାବି କରୁଛି କଂଗ୍ରେସ ସେଥିରେ କୌଣସି ଯୌକ୍ତିକତା ନାହିଁ। ବିଧାନସଭାର ରୁଲ ଆଣ୍ଡ ପ୍ରୋସିଜିୟର କହୁଛି, କୌଣସି ନିର୍ଦ୍ଦିଷ୍ଟ ଘଟଣାରେ ଗୃହ କମିଟି ଗଠନ କରାଯାଏ। କିନ୍ତୁ ସାମଗ୍ରିକ ଘଟଣାକୁ ନେଇ ଗୃହ କମିଟି ଗଠନ କରାଯାଏ ନାହିଁ, ଯାହା କି କଂଗ୍ରେସର ସଦସ୍ୟମାନେ ଭଲ ଭାବେ ଜାଣିଛନ୍ତି। କେବଳ ଅଛିଣ୍ଡା ଅଙ୍କ କଥା କହି ଗୃହକୁ କଂଗ୍ରେସ ୱାସ୍ ଆଉଟ କରିବାକୁ ପରିକଳ୍ପନା କରିଛି। ବିରୋଧୀ ଉତ୍ତର ଚାହୁଁଛି ଆମେ ଉତ୍ତର ଦେବୁ। ମୁଖ୍ୟମନ୍ତ୍ରୀ ଉତ୍ତର ଦେବାକୁ ପ୍ରସ୍ତୁତ। ବିରୋଧୀ ଦଳ କେବେ ବି ମୁଖ୍ୟମନ୍ତ୍ରୀ ବିବୃତି ଦାବି କରି ନାହାନ୍ତି କିନ୍ତୁ ତାମାନେ ନୁହେଁ ଯେ ଉତ୍ତର ବାହାରେ ମାଗିବେ ବିଧାନସଭାରେ ଗଣ୍ଡଗୋଳ କରିବେ ତାକୁ ଗ୍ରହଣ କରାଯିବ।