ବିଧାନସଭା ପ୍ରଶ୍ନକାଳ ଆରମ୍ଭ ପୁର୍ବରୁ ଗଙ୍ଗା ଜଳ ଛିଞ୍ଚିଲା ବିଜେଡି । ବିଧାନସଭା ଚାରିପଟେ ଗଙ୍ଗାଜଳ ଛିଞ୍ଚି ପବିତ୍ର କରିଛି ବିଜେଡି । ତେବେ ଗଙ୍ଗାଜଳ ଛିଞ୍ଚିଛନ୍ତି ବିଜେଡି ବିଧାୟକ। । ତେବେ ଏଭଳି କରିବାର କାରଣ ବିଧାନସଭାରେ ପୋଲିସ୍ ପଶି ବିଧାୟକଙ୍କ ଉପରକୁ ଆକ୍ରମଣ କରିଥିଲା । ବିଧାନସଭାରେ କେବେ ପୋଲିସ ପଶିନଥିଲା କିମ୍ବା ବିଧାୟକଙ୍କ ଉପରକୁ କେବେ ଆକ୍ରମଣ କରିନଥିଲା ।
ବିଧାନସଭା ପୋଲିସ୍ ପଶି ଅପବିତ୍ର କରିଛି ଯାହାଦ୍ୱାରା ବିଧାନସଭା ଅପବିତ୍ର ହୋଇଛି । ସେଥିପାଇଁ ବିଧାନସଭାରେ ପଶିବା ପୂର୍ବରୁ ବିଧାନସଭା ଚାରିପଟେ ମାଟି କଳସରେ ଗଙ୍ଗା ଜଳ ଧରି ଆମ୍ବଡାଳରେ ସିଞ୍ଚନ କରିଛନ୍ତି ବିଜେଡ଼ି ସଦସ୍ୟ ।
ଗତକାଲି ଲୋୟର ପିଏମଜି ଠାରୁ ଆରମ୍ଭ କରି ବିଧାନସଭା ସାମ୍ନା ଯାଏଁ ଦେଖିବାକୁ ମିଳିଥିଲା କଂଗ୍ରେସ ନେତାଙ୍କର ପ୍ରତିବାଦ ଓ ରାଲି । କଂଗ୍ରେସ ଦଳ ସହ ଯୋଗ ଦେଇଥିଲା ବିଜେଡି । ଦୁଇ ଦଳର ନେତା ଓ ବିଧାୟକ ମିଶି ବିଧାନସଭା ଭିତରକୁ ଧସେଇ ପଶିବା ସହ ସାମ୍ନାରେ ଧାରଣାରେ ବସିଥିଲେ । ସେମାନଙ୍କ ମଧ୍ୟରୁ ଅନେକ ବିଧାୟକଙ୍କୁ ପୋଲିସ ଉଠାଇନେଇଥିଲା ।
୧୪ କଂଗ୍ରେସ ବିଧାୟକଙ୍କ ନିଲମ୍ବନ ପରେ ଆଜି ସ୍ଥିତି ସାଂଘାତିକ ଦେଖିବାକୁ ମିଳିଛି । ବିଧାନସଭାରେ ପ୍ରବେଶ ପାଇଁ କଂଗ୍ରେସ ବିଧାୟକ-ପୁଲିସ ମୁହାଁମୁହିଁ ହୋଇଥିଲେ । ରଣକ୍ଷେତ୍ର ପାଲଟିଲା ବିଧାନସଭା ସମ୍ମୁଖ । ଓଡ଼ିଶା ବିଧାନସଭା ଇତିହାସରେ ଏଭଳି ଚିତ୍ର ପ୍ରଥମଥର ଦେଖିବାକୁ ମିଳିଥିଲା । କାଲି ରାତି ଯାକ ରାସ୍ତାରେ ଶୋଇଥିଲେ କଂଗ୍ରେସ ବିଧାୟକ । ପୋଲିସ ସହ ଧସ୍ତାଧସ୍ତିରେ ବିଧାୟକ ଆହତ ହୋଇଥିବା ଅଭିଯୋଗ ବି ହୋଇଛି ।