Odia News Portal

ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ଭାଙ୍ଗିଲେ ବାଚସ୍ପତିଙ୍କ ମାଇକ୍

ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ ମାରିବା ଘଟଣାକୁ ନେଇ ଅପରାହ୍ନରେ ବିଧାନସଭାରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ। ବିଜେଡି, କଂଗ୍ରେସ ସଦସ୍ୟ ଗୃହରେ ହୋହଲ୍ଲା କରିଥିଲେ। ବିଜେଡ଼ି ଓ କଂଗ୍ରେସ ବିଧାୟକ ଗୃହ ମଧ୍ୟ ଭାଗକୁ ଆସି ନାରାବାଜି ଦେଇଥିଲେ। ଏହି ସମୟରେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ି ମାଇକ ଭାଙ୍ଗି ଦେଇଥିଲେ ବିଜେଡି ବିଧାୟକ ଧ୍ରୁବ ସାହୁ ।

ହଟ୍ଟଗୋଳ ହେବାରୁ ବାଚସ୍ପତି ଆସନ୍ତା କାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଛନ୍ତି।

ଆାଜି ପୁଣି ଗୃହ ଆରମ୍ବରୁ ହଟ୍ଟଗୋଳ ହୋଇଥିଲା। ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ମିଳିତ ଭାବେ ବାଚସ୍ପତିଙ୍କ ପୋଡ଼ିୟମ ନିକଟରେ ପ୍ରତିବାଦ କରିଥିଲେ।ରାଜ୍ୟପାଳଙ୍କ ପୁଅଙ୍କ ଗୁଣ୍ଡାଗିରି ଚଳିବ ନାହିଁ, ଓଡ଼ିଆ ପୁଅକୁ ନ୍ୟାୟ ଦେବା ଆମର ଦାବି,ଓଡ଼ିଆ ଅସ୍ମିତା କୁଆଡେ଼ ଗଲା ନାରା ଦେଇ ବିଜେଡି ସଦସ୍ୟ ପ୍ରତିବାଦ କରିଥିଲେ। । କଂଗ୍ରେସ ବି ଓଡ଼ିଆ ଅସ୍ମିତା କଥା କହି ଗୃହ ମଧ୍ୟଭାଗକୁ ଓହ୍ଲାଇଥିଲା। ଏହାକୁ ନେଇ ବାଚସ୍ପତି ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ। ଅପରାହ୍ନ ୪ଟାରେ ପୁଣି ବିରୋଧୀ ହଟ୍ଟଗୋଳ କରିବାରୁ ଗୃହକୁ ବାଚସ୍ପତି ଆସନ୍ତା କାଲି ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି।