Odia News Portal

ବିଧାନସଭାରେ ଆଦିବାସୀ ଜମି ହଡପ ପ୍ରସଙ୍ଗ

 ଆରମ୍ଭ ହୋଇଛି ବିଧାନସଭା । ଆଜି ପ୍ରଶ୍ନ କାଳରେ ଜାତି ଜନଜାତିଙ୍କୁ ନେଇ  ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ଭାସ୍କର ମଢେଇ , ସେ ପ୍ରଶ୍ନରେ କହିଛନ୍ତି ଆଦିବାସୀଙ୍କ ଜମି ହଡପ କରାଯାଇଛି । ସେହି ଜମିରେ ସରକାରୀ ଅନୁଷ୍ଠାନ ନିର୍ମାଣ କରାଯାଇଛି ,କିନ୍ତୁ ଏଠି ନା କାମ କରୁଛି ଆଇନ ହେଉଛି କୌଣସି ସଂଶୋଧନ ।

ଏହାର ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଆଇନ ଏବେ ବି କଡାରଡି ରହିଛି , ଆଇନ ସଂଶୋଧନ ରହିଛି ।  ଭୂସଂସ୍କାର ଆଇନ ୧୯୬୦ ଅନୁସାରେ ଯଦି କେହି ଆଦିବାସୀ ଜମି କିଣନ୍ତି, ତାକୁ ବେଆଇନ ଘୋଷଣା କରି ଉଛେଦ ପ୍ରକ୍ରିୟା ଜରିଆରେ ସମ୍ପୃକ୍ତ ଆଦିବାସୀ ଲୋକଙ୍କୁ ଜମି ଫେରସ୍ତ ନିୟମ ରହିଛି ।

ଏହିଭଳି ୬୫୪ ମାମଲା ବିଚାରାଧୀନ ଅଛି ।  ଯଦି କେହି ଆଦିବାସୀ ଜମି ଦଖଲ କରିଛନ୍ତି, ତାକୁ ବି ବେଆଇନ ଘୋଷଣା କରାଯିବ , ଏପରି ୮୮୧ ମାମଲା ବିଚାରାଧୀନ ଅଛି   ସେହିପରି କେହି ଅଣ ଆଦିବାସୀ ଯଦି ଆଦିବାସୀ ଜମି କିଣନ୍ତି, ତାକୁ ବି ବେଆଇନ ଘୋଷଣା କରି ଆଦିବାସୀଙ୍କୁ ଫେରସ୍ତ ହେବ ।  

ଏପରି ୧୯୬୯୦ ମାମଲା ବିଚାରାଧୀନ ଅଛି, ବିଚାର କରିବା କ୍ଷମତା ଜିଲ୍ଲାପାଳଙ୍କୁ ଦିଆଯାଇଛି  । ସେହିପରି ଯଦି ଚଞ୍ଚକତା କରି ଯଦି ଆଦିବାସୀ ଜମି ନିଆଯାଇଥାଏ, । ତାହାର ଆବଶ୍ୟକତାକୁ ବିଚାର କରିବା କ୍ଷମତା ଉପ ଜିଲ୍ଲପାଳଙ୍କୁ ଦିଆଯାଇଛି  ଯଦି ବିଚାର ନ ହୁଏ, ଉପ ଜିଲ୍ଲପାଳ ଏହାକୁ ଅସିଦ୍ଧ ଘୋଷଣା କରି ପାରବେ ।  

ଏହିପରି ୧୨ ୨୭୯ ମାମଲା ବିଚାରାଧୀନ ଥିବା ଗୃହକୁ ରାଜସ୍ୱ ଓ ବିପର୍ଯ୍ୟାୟ  ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୃହରେ ଉତ୍ତର ରଖିଛନ୍ତି । ଏଥିସହ ସେ କହିଛନ୍ତି ନୂଆ ଆର ଆଣ୍ଡ ଆର ପଲିସି ଆସିବ , ୨୦୦୬ ଆର ଆଣ୍ଡ ଆର ସଂଶୋଧନ କରି ୨୦୨୫ରେ ନୂଆ ଆଧୁନିକ ଆର ଆଣ୍ଡ ଆର ପଲିସି ଆଣିବାକୁ ସରକାର ଯୋଜନା କରୁଛନ୍ତି ।  

ଜମି ବଦଳରେ ଜମି ଦେବା ନେଇ ସରକାର ଯୋଜନା କରୁଛନ୍ତି  , ଯଦି କୌଣସି ପ୍ରକଳ୍ପ ପାଇଁ ଲୋକଙ୍କ ଜମି ନିଆଯାଉଛି କ୍ଷତିପୂରଣ ପରିବର୍ତ୍ତେ ଅନ୍ୟତ୍ର କିଭଳି ଜମି ଦିଆଯାଇ ପାରିବ ସେ ନେଇ ବ୍ୟବସ୍ଥା କରାଯିବ । ଏହା ଉପରେ ସେ ଆହୁରି ମଧ୍ୟ କହିଛନ୍ତି କନସିଭ ନୁହେଁ ଆମ ସରକାର ଡେଲିଭରି କରିବ ।

ବିଗତ ସରକାର ସମୟରେ କଣ ହୋଇଥିଲା ତାହା ଏବେ ପ୍ରସଙ୍ଗ ନୁହେଁ ପ୍ରସଙ୍ଗ ଏବେ ଯେଉଁ ସରକାର ସମୟରେ ଲୋକେ ପଟ୍ଟା ପାଇ ଥାଆନ୍ତୁ ନା କାହିଁକି ସେମାନଙ୍କୁ ଜମି ଦେବାକୁ ସରକାର ବ୍ୟବସ୍ଥା କରୁଛନ୍ତି । ବିଗତ ସରକାର ସମୟରେ ଜମି ପଟ୍ଟା ସମୟରେ ଲିଫ ଲେଟ ଭଳି ବ୍ୟବହାର କରାଯାଉଥିଲା  । କିନ୍ତୁ ଲୋକ ବାରମ୍ବାର ଦୌଡୁଥିଲେ ମଧ୍ୟ ତାହା ମିଳୁନଥିଲା  ।

କିନ୍ତୁ ଏବେ ସରକାର ବଦଳିଛନ୍ତି ଏବେ ଏହା ଉପରେ ଗୁରୁତ୍ୱ ଦିଆଯିବ ।  । ଏଥିସହ ଯେଉଁ ଲୋକଙ୍କ ଜମି ହଡପ ହୋଇଥିବା କିନ୍ତୁ ତାଙ୍କ ପାଖରେ ଜମି ପ୍ରମାଣ ପତ୍ର ଥିବ ସେମାନଙ୍କୁ ନିଶ୍ଚିତ ଜମି ମିଳିବ