Odia News Portal

ବିଧାନସଭାରେ ଅଭିଭାଷଣ ରଖିଲେ ରାଜ୍ୟପାଳ; ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ କଲେ ପ୍ରଶଂସା

ଧାନସଭା ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ଗୃହରେ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ । ପ୍ରାରମ୍ଭରେ ଦିବଙ୍ଗତ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସହିଦ ଯବାନମାନଙ୍କୁ ମଧ୍ୟ ରାଜ୍ୟପାଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏଥିସହ ପୁରୀ ପରିକ୍ରମା ପ୍ରକଳ୍ପର ପ୍ରଶଂସା କରି ରାଜ୍ୟପାଳ କହିଛନ୍ତି, ୮ ଶହ କୋଟିରେ ପରିକ୍ରମା ପ୍ରକଳ୍ପ ହୋଇଛି, ଏହା ଶ୍ରଦ୍ଧାଳୁଙ୍କୁ ସୁବିଧା ଦେବ । ଶ୍ରୀମନ୍ଦିର ସୁରକ୍ଷାରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ଲୋକଙ୍କୁ ସୁବିଧାରେ ଦର୍ଶନ ପାଇଁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଆରମ୍ଭ ହୋଇଛି ବୋଲି ରାଜ୍ୟପାଳ କହିଛନ୍ତି ।

ଖାଲି ସେତିକି ନୁହେଁ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ସମଲେଇ ପ୍ରକଳ୍ପକୁ ନେଇ ନିଜର ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ । ରାଜ୍ୟପାଳ ରଘୁବର ଦାସ କହିଛନ୍ତି, ମା’ ସମଲେଇ ପ୍ରକଳ୍ପ ଲୋକାର୍ପିତ ହୋଇଛି । ନୂଆ-ଓ ଯୁବ ଭାଗିଦାରୀକୁ ସଶକ୍ତ କରିବ । ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କରିଛନ୍ତି ରାଜ୍ୟ ସରକାର । ଫାଇଭ୍‌-ଟି ଓ ମୋ ସରକାର ରୂପାନ୍ତରିତ ପ୍ରଶାସନିକ ବ୍ୟବସ୍ଥାର ନୂତନ ଯୁଗ ବୋଲି ରାଜ୍ୟପାଳ କହିଛନ୍ତି ।