ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୬ ତାରିଖରେ ବିଦେଶ ଗସ୍ତ କରିବେ । ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ ୬ ଦିନିଆ ନାଇଜେରିଆ, ବ୍ରାଜିଲ ଓ ଗୁଏନା ଗସ୍ତରେ ଯିବେ । ପ୍ରଥମେ ମୋଦୀ ୧୬ ଓ ୧୭ ତାରିଖ ନାଇଜେରିଆ ଗସ୍ତରେ ଯିବେ । ସେଠାକାର ରାଷ୍ଟ୍ରପତିଙ୍କ ନିମନ୍ତ୍ରଣରେ ମୋଦୀ ଏହି ଗସ୍ତ କରୁଛନ୍ତି । ପ୍ରଧାମନ୍ତ୍ରୀ ବ୍ରାଜିଲରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ । ଏଥିପାଇଁ ପ୍ରଧାନମନ୍ତ୍ରୀ ନଭେମ୍ବର ୧୮ – ୧୯ରେ ବ୍ରାଜିଲ ଗସ୍ତରେ ଯିବେ । ସମ୍ମିଳନାରେ ବୈଶ୍ୱିକ ପ୍ରସଙ୍ଗରେ ଭାରତର ପକ୍ଷ ଉପସ୍ଥାପନ କରିବେ । ଏହା ପରେ ଆଫ୍ରିକୀୟ ଦେଶ ନାଇଜେରିଆ ଓ ଦକ୍ଷିଣ ଆମେରିକିୟ ଦେଶ ଗୁଏନ ଯାତ୍ରା କରିବେ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୯ରୁ ୨୧ ପର୍ଯ୍ୟନ୍ତ ଗୁଏନାର ରାଜକୀୟ ଯାତ୍ରାରେ ରହିବେ । ରାଷ୍ଟ୍ରପତି ମହମ୍ମଦ ଇରଫାନ ଅଲ୍ଲୀଙ୍କ ନିୟନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ଗୁଏନାର ବରିଷ୍ଠ ନେତାଙ୍କୁ ଭେଟିବା ସହିତ ସାଂସଦ ଓ ପ୍ରବାସୀ ଭାରତୀୟଙ୍କ ଏକ ସଭାକୁ ସମ୍ବୋଧନ କରିବେ ।