ବିଦେଶରେ ଚାକିରି କରାଇବା ନାଁରେ ଠକେଇ । ଇସ୍ରାଏଲରେ ଚାକିରି ଦେବାକୁ କହି ଠକେଇ । ଏଥିରେ ସମ୍ପୃକ୍ତି ନେଇ ୩ ମାଷ୍ଟରମାଇଣ୍ଡ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ଘର ମୁମ୍ବାଇ ବୋଲି ଜଣାପଡିଛି । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ରାଜ ଇନ୍ ନାମକ ହୋଟେଲରେ ଚାଲିଥିଲା ଗତକାଲି ଚାଲିଥିଲା ଫେକ୍ ନିଯୁକ୍ତି ମେଳା ।
ଯେଉଁଠାରେ ଓଡ଼ିଆ ଯୁବକ ମାନଙ୍କୁ ଚାକିରି ପାଇଁ ଦେଢ଼ରୁ ଦୁଇଲକ୍ଷ ଟଙ୍କା ଲେଖାଏଁ ମଗାଯାଉଥିଲା । ପ୍ରଥମ କିସ୍ତିରେ କିଛି ଚାକିରି ଆଶାୟୀଙ୍କ ଠାରୁ ୭୦ ହଜାର ଟଙ୍କା ଲେଖାଏଁ ନିଆଯାଇଥିଲା । ଏ ନେଇ ଲେବର କମିଶନ ନିକଟରେ ଅଭିଯୋଗ ହେବା ପରେ ତୁରନ୍ତ ଖାରବେଳନଗର ଥାନା ନିକଟରେ ଅଭିଯୋଗ ପହଞ୍ଚିଥିଲା । ଅଭିଯୋଗ ଆଧାରରେ ୩ ଯୁବକଙ୍କୁ ଗିରଫ କରାଯାଇଛି ।