୨୮ବର୍ଷରେ ପଦାର୍ପଣ କରିଛି ବିଜୁ ଜନତା ଦଳ । ରାଜ୍ୟର ବେଶ ପରିଚିତ ଆଂଚଳିକ ଦଳ ହେଉଛି ବିଜେଡ଼ି । ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାରେ ଶାସକ ଦଳ ଭାବରେ ଗାଦି ସମ୍ଭାଳିଥିଲା ବିଜେଡ଼ି । ୨୪ ନିର୍ବାଚନର ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଗୋଟିଏ ଦୃଢ଼ ବିରୋଧି ଦଳ ଭାବରେ ରାଜ୍ୟ ରାଜନୀତିରେ ସକ୍ରିୟ ରହିଛି । ଏ ଅବସରରେ ଆଜି ବିଜେଡ଼ି ନେତା ଓ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଓଡିଶା ବାସୀଙ୍କ ଭଲ ପାଇବା ବିଶ୍ୱାସ ଓ ସମର୍ଥନ ଯୋଗୁ ବିଜେଡି ଏକ ବିରାଟ ଆଂଚଳିକ ଦଳ ରୂପେ ମୁଣ୍ଡ ଟେକିଛି ।
ଦଳୀୟ କର୍ମୀ ଓ ନେତାଙ୍କ ସହଯୋଗରେ ଦଳ ପୁଣି ଆଗକୁ ବଢିବ ବୋଲି ନବୀନ ପଟ୍ଟନାୟକ ତାଙ୍କ ଉଦ୍ବୋଧନରେ କହିଛନ୍ତି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳ ଚଳିତଥର ନିର୍ବାଚନ ମଣ୍ଡଳୀ ସ୍ତରରେ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି । ଏହା ସହିତ ବିଜେଡ଼ି କାର୍ଯ୍ୟାଳୟ ଶଙ୍ଖ ଭବନରେ ଆୟୋଜନ ହୋଇଛି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ । ସତା ହରାଇବା ପରେ ବିଜେଡ଼ି ଅନେକ ବାଧା ବିଘ୍ନ ଦେଇ ଗତି କରୁଛି । ନିର୍ବାଚନର ପରାଜୟ ଦଳର ମେରୁଦଣ୍ଡ ଭାଙ୍ଗିଦେଇଥିବା କୁହାଯାଇପାରେ । ପରାଜୟ ପରେ ଅନେକ ନେତା କର୍ମୀ ବିଜେଡ଼ି ହାତ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଅନେକ ବରିଷ୍ଠ ନେତା ଦଳର କାର୍ଯ୍ୟକ୍ରମରେ ଅସନ୍ତୁଷ୍ଟ ଥିବା ମଧ୍ୟ ନଜିର ଥିଲା ।
କିନ୍ତୁ ଜନତାଙ୍କ ଭଲପାଇବା ଓ ବରିଷ୍ଠ ନେତା କର୍ମୀଙ୍କ ଆହ୍ୱାନ କ୍ରମେ ପୁଣିଥରେ ଅଂଟା ସଳଖୀ ଛିଡ଼ା ହୋଇଛନ୍ତି ନବୀନ ପଟନାୟକ । ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଓ ସାଧାରଣ ଲୋକର ସ୍ୱର ହେଇ ଦୃଢ଼ ବିରୋଧି ହେବାର କର୍ତବ୍ୟ ସମ୍ପାଦନ କରୁଛି ବିଜେଡ଼ି । ୬ମାସର ବିଜେପି ସରକାରର ବିଫଳତାକୁ ଅସ୍ତ୍ର କରି ପୁଣିଥରେ ବିଜେଡି ଭୋଟରଙ୍କ ନିକଟତର ହେବାକୁ ପ୍ରତିଷ୍ଠା ଦିବସରୁ ଚେଷ୍ଟା କରିବାକୁ ଯାଉଛି।