ମୋ ପିଲାଙ୍କ ଆକାଉଣ୍ଟକୁ ହ୍ୟାକ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ।୨୦୨୨ ରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଅଧିକ ଶକ୍ତିଶାଳୀ କରିବାକୁ ଆଗଭର ଥିବା ପ୍ରିୟଙ୍କା ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି ।ସେ କହିଛନ୍ତି ଯେ ସରକାର ତାଙ୍କ ପିଲାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ କରିବା ସହ,କଲ୍ ଡିଟେଲ୍ କୁ ରେକର୍ଡ କରୁଛନ୍ତି ।
ପ୍ରିୟଙ୍କା ଗାନ୍ଧୀ ଉଦାହରଣରେ କହିଛନ୍ତି ଯେ ଅଖିଳେଶ ଯାଦବ ଫୋନ୍ ଟ୍ୟାପ୍ କରିବା କଥା କହୁଛନ୍ତି, କିନ୍ତୁ ମୋ ପିଲାମାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ହ୍ୟାକ୍ କରାଯାଉଛି। ବିରୋଧୀଙ୍କ ବିରୋଧରେ ଦମନ ଆଭିମୁଖ୍ୟ ଗ୍ରହଣ କରୁଛି ବିଜେପି ସରକାର।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ପ୍ରିୟଙ୍କା ଗାନ୍ଧୀ ଟାର୍ଗେଟ କରିଛନ୍ତି। ମଙ୍ଗଳବାର ଦିନ ପ୍ରୟାଗରାଜରେ ମହିଳା ସଶକ୍ତିକରଣ ସମ୍ମିଳନୀରେ ମହିଳାମାନଙ୍କ ସହ ଏକ ସଂଳାପ ଆୟୋଜନ କରିବାବେଳେ ପ୍ରିୟଙ୍କା କହିଛନ୍ତି ଯେ “ଲଡକି ହୁଁ ଲଡ ସକ୍ତି ହୁଁ” ବୋଲି ସ୍ଲୋଗାନ ଦେବା ପରେ ଏହି ଦେଶର ମହିଳାମାନେ ଜାଗ୍ରତ ହୋଇଛନ୍ତି। ସେମାନେ ସମସ୍ତେ ସେମାନଙ୍କର ଅଧିକାର ଦାବି କରୁଛନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରୟାଗରାଜରେ ମହିଳାଙ୍କ ଆଗରେ ନତମସ୍ତକ ହୋଇଥିଲେ। ମୁଁ ତାଙ୍କୁ ପଚାରିବାକୁ ଚାହେଁ କାହିଁକି ସେ ଏତେ ବର୍ଷ ଧରି ମହିଳାମାନଙ୍କ ବିଷୟରେ ଚିନ୍ତିତ ନଥିଲେ । ସେ କାହିଁକି ପୂର୍ବରୁ ଏହି ଘୋଷଣା କରିନାହାଁନ୍ତି, ଯାହା ସେ ଆଜି କରୁଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ କୃଷକଙ୍କ ନିକଟରେ ମୁଣ୍ଡ ନୁଆଁଇଥିଲେ ବର୍ତ୍ତମାନ ନାରୀଙ୍କ ଆଗରେ ମୁଣ୍ଡ ନୁଆଇଁଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି ପ୍ରିୟଙ୍କା ।
Sign in
Sign in
Recover your password.
A password will be e-mailed to you.