Odia News Portal

ବିଜେପିରେ ମିଶିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ବିଜେପିରେ ସାମିଲ ହେଲେ ଗାପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ବିଜେପି ଦଳୀୟ କାର୍ଯ୍ୟାଳୟକୁ ଆସି ସାମିଲ ହେଲେ ପ୍ରଦୀପ। ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ମିଶିଲେ ପ୍ରଦୀପ।

ବିଜେପିରେ ଯୋଗଦେବା ପରେ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ବର୍ତ୍ତମାନ ସମୟ ପରିବର୍ତ୍ତନର ସମୟ, ସଜାଗର ସମୟ ଏବଂ ସୁଦୃଢ଼ ଓଡ଼ିଶା, ସୁଦୃଢ଼ ଭାରତ ଗଠନର ସମୟ। ଓଡ଼ିଶାରେ ପରିବର୍ତ୍ତନର ସମୟ ଆସିଛି। ଅନ୍ଧ ମୂକ ବଧିର, ଗର୍ବୀ, ଅହଙ୍କାରୀ ସରକାର ହଟାଇବା। ଏକଛତ୍ରବାଦୀ ସରକାର ହଟାଇ, ଲୋକତନ୍ତ୍ର ସରକାର ଆଣିବା। ନବୀନଙ୍କୁ ହଟାଇବା, ଓଡ଼ିଆଙ୍କୁ ଗୁରୁତ୍ୱ ଦେବା।