Odia News Portal

ବିଜେପିରୁ ପ୍ରାର୍ଥୀ ହୋଇଥିଲେ, ଏବେ ରାଜନୀତିକୁ କଲେ ବାଏ ବାଏ ମେଟ୍ରୋ ମ୍ୟାନ୍

କେରଳର ପଲକ୍କଡ ବିଧାନସଭା ଆସନରୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ନିର୍ବାଚନ ଲଢିଥିବା ମେଟ୍ରୋ ମ୍ୟାନ୍ ଶ୍ରୀଧରନ୍ ରାଜନୀତିରୁ ସନ୍ୟାସ ନେଇଛନ୍ତି । ଗୁରୁବାର ରାଜନୀତିକୁ ବାଏ ବାଏ କହିଛନ୍ତି ଦେଶରେ ମେଟ୍ରୋ ମ୍ୟାନ୍ ଭାବେ ପରିଚିତ ଶ୍ରୀଧରନ୍ । ରାଜନୀତିରୁ ସନ୍ୟାସ ନେବାପରେ ଶ୍ରୀଧରନ୍ କହିଛନ୍ତି, ନିର୍ବାଚନରେ ପରାଜିତ ହେବାପରେ ସବକ୍ ଶିଖିଛି । ମୁଁ କେବେ ବି ନେତା ନଥିଲି । ନିର୍ବାଚନ ଲଢିବା ପରେ ଏବେ ତାହାକୁ ଅନୁଭବ କରୁଛି ।
ମେଟ୍ରୋ ମ୍ୟାନ୍ ଶ୍ରୀଧରନ୍ ହେଉଛନ୍ତି ସିଏ ଯିଏକି ଦେଶରେ ପ୍ରଥମେ ମେଟ୍ରୋ ସେବା ଆରମ୍ଭ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପରେ ବିଜେପି ତାଙ୍କୁ ନିର୍ବାଚନରେ ଅବତ୍ତୀର୍ଣ୍ଣ କରିଥିଲେ ସୁଦ୍ଧା ସେ ପରାଜିତ ହୋଇଥିଲେ । ଗୁରୁବାର ସେ ରାଜନୀତିରୁ ସମ୍ପୂର୍ଣ୍ଣ ଭାବେ ସନ୍ୟାସ ନେଇଛନ୍ତି । ଶ୍ରୀଧରନ୍ କହିଛନ୍ତି, ‘ମୋର ବୟସ ୯୦ ଛୁଇଁଲାଣି । ଏହି ବୟସରେ ରାଜନୀତି କରିବା କିମ୍ବା ଆଗକୁ ଜାରିରଖିବା ସମ୍ଭବପର ନୁହେଁ କିମ୍ବା ରାଜନୀତିରେ ରହିବା ମୋର ସ୍ବପ୍ନ ନୁହେଁ । ଜନସେବା ପାଇଁ ରାଜନୀତି ଆବଶ୍ୟକତା ନାହିଁ । ଲୋକସେବା ପାଇଁ ଇଚ୍ଛାଶକ୍ତି ଆବଶ୍ୟକ ।’