ବିଧାନସଭା ଅଧିବେଶନ ସରିବା ପରେ ନବୀନ ନିବାସରେ ପାଖାପାଖି ୪୦ମିନିଟ ଧରି ବିଧାୟକମାନଙ୍କ ସହିତ ଆଲୋଚନା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ସାଙ୍ଗଠନିକ କାର୍ୟ୍ୟକ୍ରମ କିପରି ଆଗକୁ ଚାଲୁ ରହିବ ଏନେଇ ବୈଠକରେ ମନ୍ତ୍ର ଦେଇଛନ୍ତି ନବୀନ। ମୁଖ୍ୟତଃ ୨୧ ତାରିଖ ପର୍ୟ୍ୟନ୍ତ ଚାଲୁ ଥିବା ସଦସ୍ୟତା ଅଭିଯାନକୁ ଆଗକୁ ବଢାଇବା ସହିତ ଯେଉଁଠି କମ୍ ସଦସ୍ୟତା ଏପର୍ୟ୍ୟନ୍ତ ହୋଇଛି ସେଠାରେ ସଦସ୍ୟ ଯୋଡିବା ପାଇଁ ସୁପ୍ରିମୋ କହିଛନ୍ତି । ସେହିପରି ତୃଣମୂଳ ସ୍ତରରେ ସଂଗଠନର କାର୍ୟ୍ୟ ଉପରେ ମଧ୍ୟ ଆଲୋଚନା କରାଯାଇଛି ।