Odia News Portal

ବିକଶିତ ଗାଁ ବିକଶିତ ଓଡ଼ିଶାର ଶୁଭାରମ୍ଭ: ପ୍ରତି ଗ୍ରାମସଭାରେ ପ୍ରସ୍ତୁତ ହେବ ୫ ବର୍ଷିଆ ଯୋଜନା ତାଲିକା

ବିକଶିତ ଗାଁ ବିକଶିତ ଓଡ଼ିଶାର ଶୁଭାରମ୍ଭ। ଖୋର୍ଦ୍ଧାରୁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏନେଇ ପୂର୍ବରୁ ରାଜ୍ୟ ସରକାର ବିସ୍ତୃତ ମାର୍ଗଦର୍ଶିକା ଜାରି କରିସାରିଛନ୍ତି।  ଜିଲ୍ଲାପାଳ ଓ ବିଡିଓଙ୍କୁ ଏହି ମାର୍ଗଦର୍ଶିକା ପଠାଯାଇସାରିଛି। ଫେବ୍ରୁଆରୀ ମାସ ୧୫ ତାରିଖ ସୁଦ୍ଧା ପ୍ରତି ଗାଁ ସେହି ଅନୁସାରେ ୫ ବର୍ଷିଆ ଯୋଜନା ତାଲିକା ପ୍ରସ୍ତୁତ କରି ପଠାଇବାକୁ କୁହାଯାଇଛି। ୨୦୨୪-୨୫ରେ ବିକଶିତ ଗାଁ, ବିକଶି ତ ଓଡ଼ିଶା ପାଇଁ ସରକାର ବଜେଟ୍‌ରେ ୧୦୦୦ କୋଟି ଟଙ୍କାର ବ୍ୟୟବରାଦ ରଖିଛନ୍ତି। ପଞ୍ଚାୟତକୁ ଯିବେ ବରିଷ୍ଠ ଆଇଏଏସ୍‌ ଅଧିକାରୀ । ଗାଁ ରେ ରାତି କାଟିବେ ଓ ଲୋକଙ୍କୁ ଭେଟିବେ। ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ବୁଝିବେ। ଆହାର ନହେଲେ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ମାନ ଚେକ କରିବେ। ଫେବ୍ରୁଆରୀରୁ ମାର୍ଚ୍ଚ ଭିତରେ ବାବୁମାନଙ୍କୁ ଜିଲ୍ଲା ଗସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ୩୦ଟି ଜିଲ୍ଲା ପାଇଁ ୩୦ ଜଣ ଆଇଏଏସଙ୍କୁ ଦାୟିତ୍ବ ଦେଇଛନ୍ତି ଉନ୍ନୟନ କମିଶନର। ତୃଣମୂଳ ସ୍ତରରେ ସରକାରୀ ଯୋଜନାର କାର୍ୟ୍ୟକାରିତା ଉପରେ ନଜର ରଖିବାକୁ ସରକାର ନେଇଛନ୍ତି ଏଭଳି ପଦକ୍ଷେପ ନେଇଛନ୍ତି ।ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଓ କଟଅଫ୍‌ ଏରିଆକୁ ପହଞ୍ଚିବାକୁ ଦିଆଯାଇଛି ନିର୍ଦ୍ଦେଶ। 

ଦୌଡ଼ିବ ଗାଁ ବିକାଶର ଗାଡ଼ି
‘ବିକଶିତ ଗାଁ ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ
ଖୋର୍ଦ୍ଧା ଜଙ୍କିଆରେ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଗ୍ରାମୀଣ ଭିତ୍ତିଭୂମି ଏବଂ ଅର୍ଥନୀତି ସୁଦୃଢ ପାଇଁ ଯୋଜନା
୫ ବର୍ଷରେ ୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ
ଗାଁ ଉନ୍ନତିକରଣ ପାଇଁ ପ୍ରତି ବର୍ଷ ଖର୍ଚ୍ଚ ହେବ ୧ କୋଟି ଟଙ୍କା
ପ୍ରତି ଗାଁରେ ଭଲ ରାସ୍ତା ନିର୍ମାଣ ପାଇଁ ଟଙ୍କା ଦିଆଯିବ
ଆବଶ୍ୟକ ସ୍ଥାନରେ ଡ୍ରେନ୍ ବି ନିର୍ମାଣ ହେବ
ସବୁ ପଞ୍ଚାୟତ ଗ୍ରାମସଭା ଡାକି ଯୋଜନା ପାଇଁ ପ୍ରକଳ୍ପ ଚୟନ କରିବେ 
ଗ୍ରାମସଭାରେ ୫ ବର୍ଷିଆ ଯୋଜନା ତାଲିକା ପ୍ରସ୍ତୁତ କରାଯିବ
ଫେବ୍ରୁଆରୀ ୧୪ ସୁଦ୍ଧା ଗ୍ରାମସଭାରେ ପ୍ରକଳ୍ପ ତାଲିକା ଚୟନ ପାଇଁ ନିର୍ଦ୍ଦେଶ
୧୫ ତାରିଖରେ ବ୍ଲକରେ ଏହି ପ୍ରକଳ୍ପ ତାଲିକା ଦାଖଲ କରିବେ
୧୮ ତାରିଖ ସୁଦ୍ଧା ପଞ୍ଚାୟତ ସମିତିର ଟେକ୍ନିକାଲ କମିଟି ଏହାର ଯାଞ୍ଚ ସାରିବ
୨୦ ତାରିଖ ସୁଦ୍ଧା ଏହାକୁ ଜିଲ୍ଲାପାଳଙ୍କ ପାଖକୁ ପଠଯିବ
ଜିଲ୍ଲାପାଳ ପ୍ରକଳ୍ପର ଅନୁମୋଦନ ଦେବା ପରେ କାମ ଆଗେଇବେ
ଉତ୍କର୍ଷ ଓଡ଼ିଶା ୨୦୩୬ର ରୂପାନ୍ତରୀକରଣରେ ସହଯୋଗ କରିବ