ଉପର ମୁଣ୍ଡରେ ବର୍ଷାର ପରିମାଣ କମିଛି । ଫଳରେ ହୀରାକୁଦ ଜଳଭଣ୍ଡାରକୁ ଇନ୍ଫ୍ଲୋ କମିଛି । ଯାହା ଫଳରେ ହୀରାକୁଦ ଜଳଭଣ୍ଡାରର ୧୨ଟି ଗେଟ୍ ବନ୍ଦ ହୋଇଛି । ହୀରାକୁଦକୁ ଜଳ ପ୍ରବେଶ କମୁଥିବାରୁ ଗେଟ୍ ବନ୍ଦ କରାଯାଇଛି । ଡ୍ୟାମ୍ର ୧୨ଟି ଗେଟ୍ ବନ୍ଦ ହେବା ପରେ ବର୍ତ୍ତମାନ ଦୁଇଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।