Odia News Portal

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ଟ୍ରେନ, ଯାତ୍ରୀ ସୁରକ୍ଷିତ

ବଡ଼ ଦୁର୍ଘଟଣାରୁ ଅଲ୍ପକେ ବର୍ତ୍ତିଲା  ଯାତ୍ରୀବାହୀ ଟ୍ରେନ। ସବିରା ଷ୍ଟେସନରେ ନ୍ୟୁ ଜଲପାଇଗୁଡ଼ି -ଚେନ୍ନାଇ ସୁପରଫାଷ୍ଟ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଇଞ୍ଜିନରେ ତ୍ରୁଟି ଯୋଗୁଁ ବାଲେଶ୍ବର ସବିରା ଷ୍ଟେସନରେ ଟ୍ରେନ ଅଟକି ରହିଛି। ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ଟ୍ରେନ ଠିକ୍ ହେବାକୁ ଅପେକ୍ଷା କରି ରହିଛନ୍ତି। ଟ୍ରେନ୍‌ଟି ଦ୍ରୁତଗତିରେ ଯାଉଥିବା ବେଳେ ଏହି ସ୍ଥାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ବ୍ୟାଟେରି ଓ ଯାନ୍ତ୍ରିକ ଉପକ୍ରମ ଖସିପଡ଼ିଥିଲା।  ଏଥିରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।

ସୂଚନା ଅନୁସାରେ, ନ୍ୟୁ ଜଲପାଇଗୁଡ଼ି ଏକ୍ସପ୍ରେସ୍‌ ଟ୍ରେନ୍‌ (୨୨୬୧୨)ଟି ପଶ୍ଚିମବଙ୍ଗର ନ୍ୟୁ ଜଲପାଇଗୁଡ଼ିରୁ  ଚେନ୍ନାଇ ସେଣ୍ଟ୍ରାଲ ଅଭିମୁଖେ ଯାତ୍ରା କରୁଥିଲା। ତେବେ ଆଜି ଅପରାହ୍‌ଣ ପ୍ରାୟ ୩ଟାରେ ସୋର ଥାନା ଅନ୍ତର୍ଗତ ସବିରା ରେଳ ଷ୍ଟେସନ ଠାରୁ କିଛି ଦୂରରେ ବେଲସାବିରା ନିକଟରେ  ଟ୍ରେନ୍‌ରୁ ବ୍ୟାଟେରି ଓ ଅନ୍ୟ ଯାନ୍ତ୍ରିକ ସାମଗ୍ରୀ ଖସିପଡ଼ିଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଟ୍ରେନ୍‌ ମରାମତି କାମ ଚାଲିଥିବା ବେଳେ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି। ଏହି ଲାଇନ୍‌ରେ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି।