Odia News Portal

ବଡବଡିଆଙ୍କ ଘରେ ବୁଲଡୋଜର ଚାଲିବ : ମନ୍ତ୍ରୀ ସୁରେଶ ପୂଜାରୀ

ଜବରଦଖଲକାରୀଙ୍କୁ ରାଜସ୍ୱ ମନ୍ତ୍ରୀଙ୍କ କଡା ଚେତାବନୀ । ପ୍ରଭାବଶାଳୀଙ୍କ କବଜାରେ ଥିବା ଜମି ଇଚ୍ଛେଦ ହେବ । ଜଙ୍ଗଲ ଜମି ମାଡି ବସିଥିଲେ ଉଚ୍ଛେଦ କରାଯିବ । ବଡବଡିଆ ଓ ପ୍ରଭାବଶାଳୀଙ୍କଠୁ ଜବରଦଖଲ ମୁକ୍ତ ହେବ । ଆସ୍ ଡମ୍ପିଂ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଶିଳ୍ପାନୁଷ୍ଠାନର ଜବରଦଖଲ ମଧ୍ୟ ଉଚ୍ଛେଦ କରାଯିବ । ସରକାରୀ ଜମି ଜବରଦଖଲ କରି ନିର୍ମାଣ ହୋଇଥିବା କୋଠାଗୁଡ଼ିକୁ ଭଙ୍ଗାଯିବ ।  ବଡ଼ବଡ଼ିଆ ଜବରଦଖଲ କୋଠାରେ ବୁଲଡୋଜର ବୁଲିବ । ପୂର୍ବରୁ କେବଳ ଗରିବଙ୍କ ଘର ଭଙ୍ଗା ଯାଉଥିଲା । ଏବେ ବଡ଼ବଡ଼ିଆଙ୍କ ଘର ଭଙ୍ଗାଯିବ । ୪ଡିସିମିଲ ଜାଗରେ କୁଡ଼ିଆ କରି ରହୁଥିବା ଗରୀବ ଜବରଦଖଲକାରୀ ନୁହନ୍ତି । ଅଧିକ ଜାଗା ଜବରଦଖଲ କରି ଅଟ୍ଟାଳିକା ନିର୍ମାଣ କରିଥିଲେ ଭଙ୍ଗାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଚେତାବନୀ ।