ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ କରୁଛନ୍ତି । ମୋଟ ୨ଲକ୍ଷ ୩୦ ହଜାର କୋଟିର ବଜେଟ ଉପସ୍ଥାପନ କରାଯାଇଛି । ତେବେ ଚଳିତ ବର୍ଷ ଠାରୁ ଆସନ୍ତା ଆର୍ଥିକ ବର୍ଷର ବ୍ୟୟବରାଦ ୧୫ ପ୍ରତିଶତ ଅଧିକ । ତେବେ ଏଥର ବଜେଟରେ ହରିଶ୍ଚନ୍ଦ୍ର ସହାୟତା ରାଶିକୁ ବୃଦ୍ଧି କରାଯାଇଛି । ଗ୍ରାମାଞ୍ଚଳରେ ସହାୟତା ରାଶିକୁ ୨ ହଜାରରୁ ୩ ହଜାରକୁ ବୃଦ୍ଧି ନେଇ ବଜେଟରେ ଘୋଷଣା କରାଯାଇଛି ।
ସେହିପରି ସହାରାଞ୍ଚଳରେ ସହାୟତା ରାଶି ୩ ହଜାରରୁ ୪ ହଜାରକୁ ବୃଦ୍ଧି କରାଯାଇଛି ।
ତେବେ ଏଥର ବଜେଟରେ କ’ଣ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି । କ’ଣ ତାହା ସେ ସମ୍ପର୍କରେ ଜାଣନ୍ତୁ:
ଶିକ୍ଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଁ ୧୩୯ କୋଟି
ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପାଇଁ ୧୨୦ କୋଟି
ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି ପାଇଁ ୫୦ କୋଟି
ମୁଖ୍ୟମନ୍ତ୍ରୀ ପାୱାର ଡେଭଲପମେଣ୍ଟ ପ୍ରୋଗ୍ରାମ ପାଇଁ ୧୪୪୬ କୋଟି
ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ପାଇଁ ୨୫୦ କୋଟି
ଆମ ହସ୍ପିଟାଲ ଯୋଜନା ପାଇଁ ୭୫୦ କୋଟିର ବ୍ୟୟବରାଦ
ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ପାଇଁ ୮୧୧ କୋଟି
ଆମ ବସଷ୍ଟାଣ୍ଡ ପାଇଁ ବଜେଟରେ ୧୫୦ କୋଟିର ବ୍ୟବସ୍ଥା କରାଯାଇଛି
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଉଦ୍ୟୋଗୀ ପାଇଁ ୧୦୦ କୋଟି
ବିଦେଶ ବିମାନ ଉଡ଼ାଣ ଯୋଜନା ପାଇଁ ୧୦୦ କୋଟି
ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ପାଇଁ ୨୧୦ କୋଟି
ବନ ସୁରକ୍ଷା ସମିତି ପାଇଁ ୨୫୦ କୋଟି
ମିଶନଶକ୍ତି ସ୍କୁଟର ଯୋଜନା ପାଇଁ ୫୦ କୋଟିର ବ୍ୟୟବରାଦ