ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ ନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର ସୂଚନା ରହିଛି । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୁର୍ଣ୍ଣିବଳୟ । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଘୁର୍ଣ୍ଣିବଳୟଟି ଲଘୁଚାପ ରୂପ ନେବ । ଲଘୁଚାପରେ ପରିଣତ ହେବା ପରେ ପଶ୍ଚିମ ଦିଗକୁ ଗତି କରିବ । ପରବର୍ତ୍ତୀ ଦୁଇଦିନ ପର୍ଯ୍ୟନ୍ତ ତାମିଲନାଡୁ , ଶ୍ରୀଲଙ୍କା ଆଡେ ମୁହାଁଇବ । ଲଘୁଚାପ ପ୍ରଭାବରେ ୧୨ ପର୍ଯ୍ୟନ୍ତ ଦକ୍ଷିଣ ଭାରତରେ ପ୍ରବଳ ଆଶଙ୍କା ରହିଛି । ତାମିଲନାଡୁ , କେରଳ , ପୁଡୁଚେରୀରେ ପ୍ରବଳ ବର୍ଷା ହୋଇପାରେ ।