ରାସନ କାର୍ଡ E-KYC ପାଇଁ ଫେବୃଆରୀ ୧୫ରେ ପୁରିବ କଣ୍ଟ । ବର୍ତ୍ତମାନ ସୁଦ୍ଧା ୩୭ ଲକ୍ଷ ୮୫ ହାଜର ୪୯୬ ଜଣ ଲୋକ କରିନାହାନ୍ତି E-KYC । ୬ ଦିନ ଭିତରେ ଅନ୍ୟ E-KYC କରି ଦେବାକୁ ପୁଣି ଅପିଲ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ୧୫ ପରେ ଆଉ E-KYC ଅବଧି ବଢ଼ାଇବା ନାହିଁ ରାଜ୍ୟ ସରକାର । ତାପରେ ବି ଯେଉଁମାନେ E-KYC କରିବେ ନାହିଁ, ସେଗୁଡିକୁ ସରେଣ୍ଡର ବୋଲି ଧରି ନିଆଯିବ । E-KYC ନକଲେ ସେହି କାର୍ଡ ଗୁଡ଼ିକୁ କାଟି ଦିଆଯିବ । ତଥାପି ଯଦି ଅଯୋଗ୍ୟ ମାନେ କାର୍ଡ ନଫେରାଇଲେ, ତେବେ ସରକାର ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଚେତାଇ ଦେଇଛନ୍ତି ମନ୍ତ୍ରୀ । ଏଥିରେ ନୂଆ ଲୋକଙ୍କୁ ଯୋଡ଼ା ଯିବ । ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ନୂଆ ହିତାଧିକାରୀ ଆବେଦନ କରିଛନ୍ତି ।
ସେହିପରି ପ୍ରାୟ ୮ ଲକ୍ଷ ଆୟକର ଦେଉଥିବା ଲୋକ କାର୍ଡ ନେଇଥିଲେ ବି ରିପୋର୍ଟ ଆସିଛି । ସେମାନେ ସ୍ବାସ୍ଥ୍ୟ କାର୍ଡ ପାଇବା ପାଇଁ ରାସନ କାର୍ଡ ନେଇଥିଲେ । ଏହାର ରିପୋର୍ଟ ମନ୍ତ୍ରୀଙ୍କର ହସ୍ତଗତ ହୋଇଛି । ଏନେଇ ଅଧିକାରୀମାନଙ୍କୁ ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହି କାର୍ଡ ଗୁଡ଼ିକ ମଧ୍ୟ କଟିବ । ଅଯୋଗ୍ୟ ହିତାଧିକାରୀ କାର୍ଡ ନେବା ନେଇ ଲିଖିତ ଅଭିଯୋଗ କଲେ ଆକ୍ସନ ହେବ ବୋଲି କହିଲେ ମନ୍ତ୍ରୀ । ଚାକିରି କରିଥିବା ବା ଆୟକର ଦେଉଥିବା ଏବେ ସୁଦ୍ଧା ୧୨ ହାଜର ଅଯୋଗ୍ୟ ରାସନ କାର୍ଡ ଫେରାଇ ସାରିଲେଣି ।