ଫୁଲବାଣୀରୁ ଗଞ୍ଜେଇ ନେଇକି ଆସି ସୁନ୍ଦରଗଡ଼ରେ ବସ ବଦଳାଇ ବନାରସକୁ ଯିବା ସମୟରେ ଜବତ ହେଲା ଗଞ୍ଜେଇ। ବଡ଼ ସୁଟକେଶରେ ଚାଲାଣ ହେଉଥିଲା ଗଞ୍ଜେଇ। ଗଞ୍ଜେଇ ମାଫିଆ ଚାଲାଣ ପାଇଁ ଯୁବକ ଓ ଯୁବତୀମାନଙ୍କୁ ବ୍ୟବହାର କରୁଛନ୍ତି । କାରଣ ଏମାନଙ୍କୁ ହଠାତ କେହି ସନ୍ଦେହ କରି ପାରିବେ ନାହିଁ ।
ଫୁଲବାଣୀରୁ ଯୁବକ ଓ ଯୁବତୀ ସୁନ୍ଦରଗଡ଼କୁ ଆସି ବସ ବଦଳାଇବାକୁ ଡିଆରଡିଏ ଛକରେ ଭୋର୍ ୪ଟାରେ ଅପେକ୍ଷା କରିଥିଲେ। ପୁରୀରୁ ଅମ୍ବିକାପୁର ଯାଉଥିବା କୁନାଲ ବସରେ ବସିବା ସମୟରେ ଡ୍ରାଇଭରଙ୍କୁ ଏମାନଙ୍କ ଉପରେ ସନ୍ଦେହ ହୋଇଥିଲା। ଡ୍ରାଇଭର ବସ୍ ମାଲିକଙ୍କୁ ଓ ପୁଲସକୁ ଖବର ଦେବା ସମୟରେ ହିଁ ଯୁବତୀ ଜଣକ ଫେରାର ମାରିଥିଲା । ଘଟଣା ସ୍ଥଳରେ ସୁନ୍ଦରଗଡ଼ ଟାଉନ ଥାନା ପୁଲିସ ପହଞ୍ଚି ଉତ୍ତରପ୍ରଦେଶ ବନାରସ ଅଞ୍ଚଳର ଯୁବକ ରିତେଶ ଓଝାକୁ ନେଇ ଅଟକ ରଖିବା ସହିତ ଗଞ୍ଜେଇକୁ ଜବତ କରିଛି । ଅନ୍ଯପଟେ ଛକରେ ଲାଗିଥିବା ସିସିଟିଭି କ୍ଯାମେରାରେ କଏଦ ଭିଡିଓରୁ ଯୁବତୀଙ୍କ ସନ୍ଧାନ କରୁଛି ପୁଲିସ।
ସୂଚନା ଅନୁଯାୟୀ, ଫୁଲବାଣୀରୁ ଯୁବକ ଓ ଯୁବତୀ ସୁନ୍ଦରଗଡ଼କୁ ଆସି ବସ ବଦଳାଇବାକୁ ଡିଆରଡିଏ ଛକରେ ଭୋର୍ ୪ଟାରେ ଅପେକ୍ଷା କରିଥିଲେ। ପୁରୀରୁ ଅମ୍ବିକାପୁର ଯାଉଥିବା କୁନାଲ ବସରେ ବସିବା ସମୟରେ ଡ୍ରାଇଭରଙ୍କୁ ଏମାନଙ୍କ ଉପରେ ସନ୍ଦେହ ହୋଇଥିଲା। ଡ୍ରାଇଭର ବସ୍ ମାଲିକଙ୍କୁ ଓ ପୁଲସକୁ ଖବର ଦେବା ସମୟରେ ହିଁ ଯୁବତୀ ଜଣକ ଫେରାର ମାରିଥିଲା। ଘଟଣା ସ୍ଥଳରେ ସୁନ୍ଦରଗଡ଼ ଟାଉନ ଥାନା ପୁଲିସ ପହଞ୍ଚି ଉତ୍ତରପ୍ରଦେଶ ବନାରସ ଅଞ୍ଚଳର ଯୁବକ ରିତେଶ ଓଝାକୁ ନେଇ ଅଟକ ରଖିବା ସହିତ ଗଞ୍ଜେଇକୁ ଜବତ କରିଛି । ଅନ୍ଯପଟେ ଛକରେ ଲାଗିଥିବା ସିସିଟିଭି କ୍ଯାମେରାରେ କଏଦ ଭିଡିଓରୁ ଯୁବତୀଙ୍କ ସନ୍ଧାନ କରୁଛି ପୁଲିସ।