ଗଞ୍ଜାମ ଜିଲ୍ଲା ଛତ୍ରପୁରରୁ ଆଉ ଏକ ଚାଷୀ ମୃତ୍ୟୁ ବରଣ କରିଛନ୍ତି । ୬୪ ବଷୀର ବନମାଳୀ ପେଣ୍ଠିଆ ଆତ୍ମହତ୍ୟା କରିଛନ୍ତି ।ବଡମାଧପୁର ବରଙ୍ଗ ଗାଁରେ ଚାଷୀ ଆତ୍ମହତ୍ୟା କରିଛନ୍ତି । ଫସଲ ନଷ୍ଟ ହେବାରୁ ବନମାଳା ପେଣ୍ଠେଇ ଆତ୍ମହତ୍ୟା କରିଛନ୍ତି । ୨ ଲକ୍ଷ ଟଙ୍କା କରଜ କରି ୫ ଏକର ଜମିରେ ଚାଷ କରିଥିଲେ ଚାଷୀ । ବର୍ଷା ହେବା ଯୋଗୁଁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି । ସୂଚନା ଅନୁସାରେ , କେନ୍ଦ୍ରାପଡା ଡେରାବିଶରେ ଚାଷୀଙ୍କ ମୃତ୍ୟୁକୁ ନେଇ ସାଙ୍ଘାତିକ ଅଭିଯୋଗ ଆସିଛି । ସନ୍ଥପୁରାରେ ଭାବଗ୍ରାହୀ ମଲ୍ଲିକଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ଯେତେବେଳେ ଉଜୁଡା ଫସଲରେ ପାଣି ଦେଖିଥିଲେ ଟଳି ପଡିଥିଲେ ଚାଷୀ । ଫସଲର କ୍ଷତିକୁ ସହିପାରି ନାହାନ୍ତି ଚାଷୀ । ମୃତ୍ୟୁ ଖବରକୁ ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଦିନିଆ ବର୍ଷା ଚାଷୀର ସୁନା ଫସଲକୁ ନଷ୍ଟ କରିଦେଇଛି । ବର୍ଷ ଯାକର ପରିଶ୍ରମ ଧୋଇ ହୋଇଗଲା ।