ପ୍ରୟାଗରାଜରୋ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସହ ପରିବର ସହ ସଙ୍ଗମରେ ବୁଡ ପକାଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ମୁଖ୍ୟମନ୍ତ୍ରୀ ପ୍ରୟାଗରାଜରେ ରହିବାର କାର୍ଯ୍ୟକ୍ରମ ଥିବାବେଳେ ଆସନ୍ତାକାଲି ଅଯୋଧ୍ୟା ରାମ ମନ୍ଦିର ଯାଇ ରାମଲାଲାଙ୍କୁ ଦର୍ଶନ କରିବେ । ପରେ ବାରଣାସୀ ଯିବେ ।
ଏବଂ ସେଠାରେ ରାତ୍ରିଯାପନ କରିବା ପରେ ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ଵରରେ ପହଞ୍ଚିବା ନେଇ ସୂଚନା ରହିଛି । ସୂଚନାମୁତାବକ, ୨୬ ତାରିଖରେ ମହାକୁମ୍ଭ ଶେଷ ହେବାକୁ ଯାଉଛି । ଏଥିଲାଗି ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହେଉଛି। ଜାନୁଆରୀ ୧୩ରୁ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳାକୁ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ଆସୁଛନ୍ତି, ବର୍ତ୍ତମାନ ସୁଦ୍ଧା ମୋଟ ୬୦ କୋଟି ଅତିକ୍ରମ କରିଛି ଭକ୍ତଙ୍କ ସଂଖ୍ୟା ।