Odia News Portal

ପ୍ରସବ କଲେ ଆଉ ଜଣେ ୧୦ମ ଛାତ୍ରୀ

ମେଡିକାଲରେ ପ୍ରସବ କଲେ ଆଉ ଜଣେ ୧୦ମ ଛାତ୍ରୀ । ବରୀ ବ୍ଲକ ଅଞ୍ଚଳର ୧୦ମ ଶ୍ରେଣୀ ଛାତ୍ରୀ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ବରୀ ମେଡିକାଲରୁ ଛାତ୍ରୀ ଜଣଙ୍କୁ ଯାଜପୁରକୁ ସ୍ଥାନାନ୍ତର କରାଯାଇଛି । ସୂଚନାଥାଉ କି ଗତ କିଛି ଦିନ ତଳେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ମେଡିକାଲରେ ୧୦ମ ଶ୍ରେଣୀ ଛାତ୍ରୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ସୁଶାନ୍ତ ଖିଲ । ଅଭିଯୁକ୍ତର ଘର ଚିତ୍ରକୋଣ୍ଡା ଥାନା ଅଧୀନ ଦିଶାରୀଗୁଡା ହୋଇଥିବା ଜଣାପଡିଛି । ଏହି ଘଟଣାରେ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିଲମ୍ବିତ ହୋଇଛନ୍ତି । ହଷ୍ଟେଲ ମାଟ୍ରନ ଓ ଏନଏମଙ୍କୁ ସସପେଣ୍ଡ କରାଯାଇଛି । ସେପଟେ ସ୍କୁଲ ରେ ପହଂଚି ମାଲକାନଗିରି ଚିତ୍ରକୋଣ୍ଡାରେ ଦଶମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣାରେ ଆରଡିସି ତଦନ୍ତ କରିଛି । ଘଟଣା ଅନୁଯାୟୀ ସ୍ଥାନୀୟ ଏକ ବିଦ୍ୟାଳୟରେ ହଷ୍ଟେଲରେ ରହି ପାଠ ପଢ଼ୁଥିବା ଛାତ୍ରୀ ଜଣକ ବର୍ତ୍ତମାନ ଦଶମ ପରୀକ୍ଷା ଦେଉଛନ୍ତି । ସେ ଇଂରାଜୀ ପରୀକ୍ଷା ଦେଇଥିବା ଛାତ୍ରୀଙ୍କ ବାପା କହିଛନ୍ତି । ଛାତ୍ରୀଙ୍କ ବାପାଙ୍କ କହିବା ଅନୁଯାୟୀ ସ୍କୁଲର ଜଣେ ଶିକ୍ଷୟିତ୍ରୀ ଫୋନ କରି ତମର ଝିଅ ଦିଶୁନାହିଁ କହିଥିଲେ । ତୁରନ୍ତ ସ୍କୁଲକୁ ଆସିବାକୁ କହିଥିଲେ। ବାପା ଓ ମାଆ ସ୍କୁଲ ଯାଇ ଝିଅ ସମ୍ପର୍କରେ ପଚାରିବାରୁ ସେମାନେ ଏକ ବଡ଼ ଘଟଣା ଘଟିଥିବା କହିଥିଲେ । ତେବେ ଝିଅ କିପରି ଗର୍ଭବତୀ ହେଲା ସେ କିଛି ଜାଣି ନଥିବା ବେଳେ ଏହାର ପ୍ରଶାସନ ତଦନ୍ତ କରନ୍ତୁ ବୋଲି ପରିବାର ଲୋକେ ଦାବି କରିଛନ୍ତି ।