ଜମ୍ମୁକାଶ୍ମୀର ପହଲଗାମରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ନାଗରିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ପ୍ରାଣ ହରାଇଥିବା ଓଡ଼ିଆ ପୁଅ ପ୍ରଶାନ୍ତ ଶତପଥୀଙ୍କ ପରିବାରକୁ ମଧ୍ୟ ଭେଟିଛନ୍ତି । ସାଂସଦଙ୍କୁ ଦେଖିବା ପରେ କୋହ ସମ୍ଭାଳିପାରି ନଥିଲେ ପ୍ରଶାନ୍ତଙ୍କ ପତ୍ନୀ । ଅପରାଜିତାଙ୍କୁ କୁଣ୍ଢାଇ କାନ୍ଦିବା ସହ ସେହି ଛାତିଥରା ଘଟଣା କିପରି ଥିଲା ତାହା ବଖାଣିଛନ୍ତି । ସାଂସଦ ପରିବାର ସଦସ୍ୟଙ୍କୁ ଧୈର୍ଯ୍ୟ ଧରିବା ପାଇଁ କହିବା ସହ ସମବେଦନା ଜଣାଇଛନ୍ତି । ଏହି ସମୟର ଭାବପୂର୍ଣ୍ଣ ଭିଡିଓକୁ ସୋସିଆଲ ମିଡିଆ ଏକ୍ସରେ ଟ୍ବିଟ୍ କରିବା ସହ ମହାପ୍ରଭୁ ଜଗନ୍ନାଥ ଅମର ଆତ୍ମାକୁ ସଦଗତି ଏବଂ ପରିବାର ବର୍ଗଙ୍କୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ଲେଖିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।