ସାମ୍ନାକୁ ଆସିଛି ବଡ଼ କମ୍ପାନୀ, ପ୍ରଭାବଶାଳୀ ଲୋକଙ୍କୁ ଚୁନ ଲଗାଉଥିଲା କର୍ପୋରେଟ ଦଲାଲ ହଂସିତା । ଆଉ ହଂସିତାର ମାୟାଜାଲରେ ପଡ଼ି ପ୍ରଭାବଶାଳୀ ବ୍ୟକ୍ତି ଓ ବଡ଼ କମ୍ପାନି ଠକାମିର ଶିକାର ହେଉଥିଲେ । ଝାଡଖଣ୍ଡରୁ ଆସିଛି ଏହି ଚାଞ୍ଚଲ୍ୟକର ଖବର । ଝାଡ଼ଖଣ୍ଡର ଟ୍ରେଡିଂ କମ୍ପାନି ବୋକାରୋକୁ କୋଟି କୋଟି ଟଙ୍କା ଚୁନ ଲଗାଇଛି ହଂସିତା । କଂପାନି ପରିସର ବୃଦ୍ଧି କରିବାକୁ ଚାହୁଁଥିବା ଜାଣି ଯୋଗାଯୋଗ କରିଥିଲା କର୍ପୋରେଟ ଦଲାଲ ହଂସିତା । ଆଉ ୨ଶହରୁ ଅଧିକ ପରିବାରକୁ ସଂପୃକ୍ତ ଅଞ୍ଚଳରୁ ହଟାଇବାକୁ ୩ ଶହ କୋଟି ଟଙ୍କା ଡିଲ୍ କରିଥିଲା ।