Odia News Portal

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିରୋଧରେ କଂଗ୍ରେସର ଗର୍ଜନ : ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟର ଇଡି ଅଫିସ ଘେରାଉ

ଇଡି ବିରୋଧରେ କଂଗ୍ରେସର ଗର୍ଜନ । ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ଇଡି ଅଫିସ ବାହାରେ ଆଜି ଜୋରଦାର ପ୍ରଦର୍ଶନ କରୁଛି ଦଳ  । ଗତକାଲି ଇଡି ଚାର୍ଜସିଟରେ ସୋନିଆ ଗାନ୍ଧୀ , ରାହୁଲ ଗାନ୍ଧୀଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯିବା ପରେ ଆଜି ଋଣ ହୁଙ୍କାର ଦେଇଛି କଂଗ୍ରେସ ।  ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟର ଇଡି ଅଫିସକୁ ଘେରାଉ କରିଛନ୍ତି କର୍ମୀ  ।  ଏହି ସମୟରେ ପୋଲିସ ସହ ଧସ୍ତାଧସ୍ତିରେ କିଛି କର୍ମୀଙ୍କୁ ହାଜତକୁ ନିଆଯାଇଛି ।

-୨୦୧୨ରେ ସୁବ୍ରମଣ୍ୟମ ସ୍ବାମୀ ଟ୍ରାଏଲ କୋର୍ଟରେ ଏକ  ମାମଲା ଦାୟର କରିଥିଲେ 
-ଏଥିରେ ବେଆଇନ ଭାବେ ଆସୋସିଏଟଡ ଜର୍ଣ୍ଣାଲ ଲିମିଟେଡ, ଏଜେଏଲକୁ ୟଙ୍ଗ ଇିଣ୍ଡିଆ ଲିମିଟେଡ ଅଧିଗ୍ରହଣ କରିଥିବା ଅଭିଯୋଗ 
-୨ହଜାର କୋଟି ସମ୍ପତ୍ତି ହଡପ ପାଇଁ ଯୋଜନା ହୋଇଥିବା ସୁବ୍ରମଣ୍ୟମ ସ୍ବାମୀଙ୍କ ଅଭିଯୋଗ
ନ୍ୟାସନାଲ ହେରଲ୍ଡକୁ  ୧୯୩୮ରେ ନେହେରୁ ଆରମ୍ଭ କରିଥିଲେ

-ଖବରକୁ ଆସୋସିଏଟଡ ଜର୍ଣ୍ଣାଲ ଲିମିଟେଡ, ଏଜେଏଲ ଛାପୁଥିଲା
-୨୦୧୦ରେ ୟଙ୍ଗ ଇିଣ୍ଡିଆ ଲିମିଟେଡ ସ୍ଥାପନ ହୋଇଥିଲା
-ଏଥିରେ ସୋନିଆ-ରାହୁଲଙ୍କ ୩୮-୩୮ ପ୍ରତିଶତ ଅଂଶୀଦାର ଥିଲା

-୨୪ ପ୍ରତିଶତ ସେୟାର ମୋତିଲାଲା ଭୋରା, ଓସ୍କାର ଫର୍ଣ୍ଣାଣ୍ଡିଜ, ସୁମନ ଦୁବେ ଓ ଶ୍ୟାମ ପିତ୍ରୋଡାଙ୍କ ନାଁରେ ଥିଲା 
-ଇଡିର ଅଭିଯୋଗ ଅଧିଗ୍ରହଣରେ ୯୮୮ କୋଟି ଟଙ୍କାର ମନି ଲଣ୍ଡରିଂ ହୋଇଛି 
ଚାର୍ଜସିଟରେ ସାମ ପିଟ୍ରୋଦାଙ୍କ ସହ ସୋନିଆ ଓ ରାହୁଲଙ୍କ ନାମ ରହିଛି  

-୨୦୧୫ରେ ସୋନିଆ, ରାହୁଲଙ୍କ ଜାମିନ ଦେଇଥିଲେ ପଟ୍ଟିଆଲା ହାଉସ କୋର୍ଟ
୨୦୧୬ରେ ବ୍ୟକ୍ତିଗତ ହାଜରରୁ ଆଶ୍ବସ୍ତି ଦେଇଥିଲେ ସୁପ୍ରିମକୋର୍ଟ
-୨୦୧୮ରେ ଏଜେଏଲ ଲିଜ ସମାପ୍ତ କରିଥିଲେ 
-୨୦୨୧ରେ ତଦନ୍ତ ଆରମ୍ଭ କରିଥିଲା ଇଡି
-୨୦୨୩ରେ ଏଜେଏଲର ସମ୍ପତ୍ତି ଜବତ କରିଥିଲା ଇଡି
-୬୬୧ କୋଟିର ସମ୍ପତ୍ତି ଜବତ କରିଥିଲା

ସେପଟେ ମୁମ୍ବାଇରେ ଏକ ରୋଚକ ପୋଷ୍ଟର ଲଗାଯାଇଛି । ଯେଉଁଥିରେ ଲେଖାରହିଛି ନ୍ୟାସନାଲ ହେରାଲ୍ଡ ଓ ବୁଲଡୋଜର ଆକ୍ସନ। ଏଜେଏଲ ସମ୍ପତ୍ତି ଉପରେ ବୁଲଡୋଜର ଆକ୍ସନ ନିଆଯାଉ ବୋଲି ଦାବି କରାଯାଇଛି । ବିଜେପି ପକ୍ଷରୁ ଏହି ପୋଷ୍ଟର ଲଗାଯାଇ ନ୍ୟାସନାଲ ହେରାଲ୍ଡ ମାମଲା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।  

 ଲଗାତାର ଦ୍ବିତୀୟ ଦିନ ପାଇଁ ଇଡି ନିକଟରେ ହାଜର ହୋଇଛନ୍ତି ବିଶିଷ୍ଠ ଶିଳ୍ପପତି ରବର୍ଟ ଭଦ୍ରା  ।  ହରିଆଣା ଜମି ଦୁର୍ନୀତି ମାମଲାରେ ରବର୍ଟଙ୍କୁ ଗତକାଲି ୪ ଘଣ୍ଟା ଜେରା କରିବା ପରେ ଆଜି ପୁଣି ଥରେ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।ବିଜେପି ଉପରେ ରାଜନୈତିକ ପ୍ରତିଶୋଧନ ଅଭିଯୋଗ ଆଣିବା ସହ ରବର୍ଟ କହିଛନ୍ତି ଦିନ ଦିନେ ସମୟ ବଦଳିବ ଓ ସତ୍ୟର ବିଜୟ ହେବ ।  

ଇଡି ଅନୁଯାୟୀ, ରବର୍ଟ ଭଦ୍ରାଙ୍କ କମ୍ପାନି ୨୦୦୮ ଫେବୃଆରୀରେ ଓଙ୍କାରେଶ୍ୱର ପ୍ରପର୍ଟିଜ ନାମକ କମ୍ପାନିଠୁ ଗୁଡଗାଓଁର ଶିକୋହପୁର ଅଞ୍ଚଳରେ ୩.୫ ଏକରର ଜମିକୁ ୭.୫ କୋଟି ଟଙ୍କାରେ କିଣିଥିଲେ ।  କିଛି ସମୟ ପରେ ଭଦ୍ରାଙ୍କ କମ୍ପାନି ଏହି ଜମିକୁ ଡିଏଲଏଫ ନାମକ ବଡ ରିୟଲ ଇଷ୍ଟେଟ କମ୍ପାନିକୁ ୫୮ କୋଟି ଟଙ୍କାରେ ବିକ୍ରି କରିଛନ୍ତି ।  ଇଡିର ସନ୍ଦେହ ଏହି ଡିଲ ମନି ଲଣ୍ଡ୍ରିଂ ଅର୍ଥାତ କଳା ଧନକୁ ଧଳା କରିବା ଉଦ୍ଦେଶ୍ୟରେ ଏମିତି କରାଯାଇଛି  ।  ଏଥିପାଇଁ ଏଜେନ୍ସି ଏହି ଜମି ଡିଲ୍ ସଂପର୍କିତ ମାମଲାରେ କେତେ ଆର୍ଥିକ ନେଣଦେଣ ହୋଇଛି ତାହାର ତଦନ୍ତ ଚଳାଇଛି  ।