ରାଜଧାନୀରେ ନକଲି ପୋଲିସ ବାବୁ । ନକଲି ପୋଲିସ ଡିଏସପିଙ୍କୁ ବନ୍ଧିଲା ପୋଲିସ । ଭୁବନେଶ୍ବର ସହିଦ ନଗର ଥାନା ପୋଲିସ ହେପାଜତରେ ଅଛନ୍ତି ନକଲି ଡିଏସପି । ନକଲି ଡିଏସ୍ପି ଜଣଙ୍କ ହେଲେ ମାନସ ରଞ୍ଜନ ସେନାପତି । ତାଙ୍କ ଘର ଭଦ୍ରକ ବାସୁଦେବପୁର ଅଞ୍ଚଳରେ ହୋଇଥିବା ବେଳେ ସେ ଭୁବନେଶ୍ୱର ଖାରବେଳନଗର ଥାନା ଅଞ୍ଚଳରେ ଥିବା ମଧୁସୂଦନ ନଗରରେ ରହୁଥିଲା l
ତେବେ ଏହି ନକଲି ପୋଲିସ ବାବୁ ଜଣଙ୍କ ନକଲି ପରିଚୟ ପତ୍ର ଦେଖାଇ ନିଜକୁ DSP କହି ଅନେକ ଲୋକଙ୍କୁ ଚାକିରି କରାଇଦେବାକୁ କହି ଠକିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ପରେ ପରେ ତାଙ୍କୁ ପୋଲିସ ଗିରଫ କରିଛି । ସହିଦନଗର ଅଞ୍ଚଳରୁ ନାଇଟ ବ୍ଲକିଂ ଚେକିଂ ବେଳେ ତାଙ୍କୁ ପୋଲିସ ଧରିଥିବା ଜଣାପଡିଛି ।
ତାଙ୍କ ନିକଟରୁ ପୋଲିସ ୟୁନିଫର୍ମ, ନକଲି ନିଯୁକ୍ତି ପତ୍ର, ୨ ଲକ୍ଷରୁ ଅଧିକ ନକଲି ଟଙ୍କା, ନକଲି ପୋଲିସ ଆଇକାର୍ଡ, କାର୍, ଲାପଟପ୍, ମୋବାଇଲ ଫୋନ ଜବତ ହୋଇଛି l