Odia News Portal

ପୋଲିସ ପିନ୍ଧିବେ ବଡି କ୍ୟାମେରା

ପୋଲିସ ପିନ୍ଧିବେ ବଡି କ୍ୟାମେରା । ଥାନା ଭିତରେ ଏବେ କେହି କାହା ଉପରେ ଲଗାଇ ପାରିବେ ନାହିଁ ମିଥ୍ୟା ଅଭିଯୋଗ । କିଏ ସତ କିଏ ମିଛ ସବୁ ଦେଖିବେ ସିପି ଓ ଡିସିପି । ଥାନା ଭିତରେ ଥିବା ପୋଲିସ ହୁଅନ୍ତୁ କି ଥାନା ଭିତରକୁ ଆସୁଥିବା ଅଭିଯୋଗକାରୀ ହୁଅନ୍ତୁ ଏତଲାକାରୀଙ୍କ ଭିଡିଓ ବାର୍ତ୍ତାଳାପ ସହ ପୋଲିସ୍ ର ବ୍ୟବହାର ମଧ୍ୟ ରେକର୍ଡ କରିବ ବଡି କ୍ୟାମେରା ।ଅମାନିଆଙ୍କୁ ସାବାଡ଼ ପାଇଁ କମିଶନରେଟ ପୋଲିସର ନୂଆ ଯୋଜନା । ଆରମ୍ଭ ହେଲା କମିଶନରେଟ ପୋଲିସର ପାଇଲଟ ପ୍ରୋଜେକ୍ଟ । ଡିଜିପି ସମ୍ମିଳନୀ ପୂର୍ବରୁ ଆକ୍ସନ ମୋଡରେ କମିଶନରେଟ ପୋଲିସ । ଏ ପ୍ରୋଜେକ୍ଟ ମାଧ୍ୟମରେ ଉଭୟ ପୋଲିସ ଓ ଏତଲା କାରୀଙ୍କ ବୟାନ ରେକର୍ଡ କରାଯିବ । ଥାନାରେ ଉତ୍ପାତ କରୁଥିବା ଅମାନିଆଙ୍କ ଅଡିଓ, ଭିଡ଼ିଓ ରେକର୍ଡ ହେବ । କେବଳ ଏତଲାକାରୀ ନୁହେଁ, ପୋଲିସର ବ୍ୟବହାରକୁ ମଧ୍ୟ ରେକର୍ଡ କରିବ କ୍ୟାମେରା । ଥାନା ରିସେପସନ ଦାୟିତ୍ୱରେ ଥିବା ଅଧିକାରୀ ପିନ୍ଧିବେ ବଡି କ୍ୟାମେରା । କ୍ୟାମେରାରେ ରେକର୍ଡ ଦୃଶ୍ୟକୁ ସିଧାସଳଖ ଦେଖିବେ ସିପି ଓ ଡିସିପି । ପାନିକ ବଟନ ଦବାଇବା ମାତ୍ରେ ଅଭାବନୀୟ ଘଟଣା ରେକର୍ଡ ହେବ । ଏହାପରେ କ୍ୟାମେରାରେ ରେକର୍ଡ ଅନୁଯାୟୀ ଆକ୍ସନ ନେବ କମିଶନରେଟ ପୋଲିସ ।