Odia News Portal

ପୂର୍ବ ସରକାର ମହାପ୍ରଭୁଙ୍କ ସମ୍ପତ୍ତି ସୁରକ୍ଷା ଚିନ୍ତା କରିନାହାନ୍ତି : ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ମହାପ୍ରଭୁଙ୍କ ଖଣିରୁ ୨୧ କୋଟି ଲୁଟ୍ ପ୍ରସଙ୍ଗ । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ଖଣି ଖଜଣା ଦେଉନଥିଲେ କାର୍ଯ୍ୟାନୁଷ୍ଠାନ । ପୂର୍ବ ସରକାର ମହାପ୍ରଭୁଙ୍କ ସମ୍ପତ୍ତି ସୁରକ୍ଷା ଚିନ୍ତା କରିନାହାନ୍ତି । ୨୦୦୩ର ୟୁନିଫର୍ମ ପଲିସି ଆଧାରରେ ପ୍ରକ୍ରିୟା ଆଗକୁ ବଢିବ । ମହାପ୍ରଭୁଙ୍କ ୫୮ ହଜାର ଏକାର ଭୂସମ୍ପତ୍ତି ରହିଛି । ୩୭ ହଜାର ଏକର ସମ୍ପତ୍ତିର କାଗଜ ଓ ତଥ୍ୟ ଅଛି । ଖୋର୍ଦ୍ଧାର ସମସ୍ତ ଖଣି ଖାଦାନ ମହାପ୍ରିଭୁଙ୍କ ଭୂସମ୍ପତ୍ତି । ଜବରଦଖଲ କରିଥିବା ଉପଭୋଗକାରୀ ଚିହ୍ନଟ ହେବେ ।  ଖଣି ଖଜଣା ଦେଉନଥିଲେ ଦଣ୍ଡ ବିଧାନ ହେବ ।