ବରିଷ୍ଠ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର୍ ଡାକ୍ତର ଗୋପାଳ କର ଆଉ ନାହାନ୍ତି । ଆଜି ସକାଳ ପ୍ରାୟ ୧୦ଟା ବେଳେ ହୃଦଘାତରେ ସେ ନିଜର ତେଲେଙ୍ଗା ବଜାରସ୍ଥିତ ବାସଭବନରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ଡାକ୍ତର ଗୋପାଳ କର ଏସସିବି ମେଡିକାଲ କଲେଜର ମାନସିକ ରୋଗ ବିଭାଗର ମୁଖ୍ୟ ଓ ପରେ ଅଧ୍ୟକ୍ଷ ଦାୟିତ୍ବ ତୁଲାଇଥିଲେ । ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।