Odia News Portal

ପୂଜାରେ ବାଜିବନି DJ, ରାଜଧାନୀରେ ହେବ ମଦମୁକ୍ତ

ରାଜଧାନୀରେ ଏଥର ମଦମୁକ୍ତ, ଡିଜେ ମୁକ୍ତ, ପ୍ଲାଷ୍ଟିକ ମୁକ୍ତ ପୂଜା ପାଇଁ ଆହ୍ୱାନ । ଚାନ୍ଦା ନାଁରେ ବଟି ମାଗିଲେ ବନ୍ଧା ହେବେ । ପୂଜା ମଣ୍ଡପରେ ମଦମୁକ୍ତ ଶପଥ ପାଠ କରାଇବ ପୋଲିସ । ଏଥର ଦଶହରା ପୂଜାକୁ ରାଜଧାନୀରେ ଏଭଳି ଢଙ୍ଗରେ କରିବାକୁ ଆଜି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି ।

ପୁଷ୍ପାଞ୍ଜଳି ଦେବା ବେଳେ ମାଆଙ୍କ ନିକଟରେ ମଦ ମୁକ୍ତ ଶପଥ ପାଠ କରିବେ ପୂଜା କମିଟି ସଦସ୍ୟ । ଏଥର ଭୁବନେଶ୍ୱରରେ ୧୭୧ଟି ସ୍ଥାନରେ ଦୁର୍ଗାପୂଜା ହେବ । ବିନା କେମିକାଲ ଓ ବିନା ପ୍ଲାଷ୍ଟିକରେ ମୂର୍ତ୍ତି ନିର୍ମାଣ କରିବାକୁ ଅନେକ ପୂଜା କମିଟି କହିଛନ୍ତି । ପୂଜା ମଣ୍ଡପରେ ଅନୁଷ୍ଠିତ ହେଉଥିବା ମେଲୋଡି କାର୍ଯ୍ୟକ୍ରମ ୧୦ ଟା ପରିବର୍ତ୍ତେ ୧୨ଟା ସୁଦ୍ଧା ଶେଷ କରିବାକୁ କୁହାଯାଇଛି ।