Odia News Portal

ପୁନଃର୍ବାର ପରୀକ୍ଷା ନିର୍ଦ୍ଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନିଟ୍ ପେପର ଲିକ୍ ମାମଲାରେ ମଙ୍ଗବାର ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି । ପୁନଃର୍ବାର ପରୀକ୍ଷା ନିର୍ଦ୍ଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ । ନିଷ୍ପତ୍ତି ଶୁଣାଇବା ସମୟରେ ସିଜେଆଇ ଚନ୍ଦ୍ରଚୁଡ଼ କହିଛନ୍ତି କି କେନ୍ଦ୍ର ସରକାର, ଏନଟିଏ ନିଜର କଥା ରଖିଛି । ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ବି କୋର୍ଟକଙ୍କ ସହାୟତା କରିଥିଲେ ।

ସିଜେଆଇ କହିଛନ୍ତି କି ଏହି ମାମଲା ବହୁ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିବ ।

ସେ କହିଛନ୍ତି କି ଆମର ନିଷ୍ପତ୍ତି ଅନୁଯାୟୀ ପେପର ଲିକ ହଜାରିବାଗରେ ହୋଇଥିଲା ଏବଂ ପାଟନା ପର୍ଯ୍ୟନ୍ତ ଯାଇଥିଲା । ଏହା ନିର୍ବିବାଦ ଅଟେ । ସିବିଆଇ କହିଛି କି ଏବେ ପର୍ଯ୍ୟନ୍ତ ହଜାରିବାଗ ଏବଂ ପାଟନାର ୧୫୫ଛାତ୍ର ଲାଭବାନ ହୋଇଥିବା କଥା ସାମ୍ନାକୁ ଆସିଛି । ସିଜେଆଇ କହିଛନ୍ତି କି, ଏବେ ପର୍ଯ୍ୟନ୍ତ ଯାଞ୍ଚ ଅଧା ରହିଛି । ଆମେ କେନ୍ଦ୍ରଠାରୁ ବି ଜବାବ ମାଗିଥିଲୁ କି ୪୭୫୦କେନ୍ଦ୍ରରେ କେଉଁଠାରେ ଗଡ଼ବଡ଼ ରହିଛି । ଆଇଆଇଟି ମାଡ୍ରାସ ବି ମାମଲାର ସମୀକ୍ଷା କରିଛି ।

ଏବେ ପର୍ଯ୍ୟନ୍ତ ଏହା ନିଷ୍ପତ୍ତି ନିଆଯାଇପାରିବ ନାହିଁ କି ସମ୍ପୂର୍ଣ୍ଣ ଭାବେ ଏହି ପରୀକ୍ଷାରେ କିଛି ଗଡ଼ବଡ଼ ହୋଇଛି । ସୁପ୍ରିମକୋର୍ଟ କହିଛନ୍ତି କି ଆମେ ଚଳିତ ବର୍ଷର ଫଳାଫଳ ତୁଳାନରେ ପୂର୍ବ ୩ ବର୍ଷର ସଂଖ୍ୟା ସହ ବି କରିଥିଲୁ । ଏଥିରୁ ଏହା ଲାଗିଲାନି କି ବହୁମାତ୍ରାରେ କିଛି ଗଡ଼ବଡ଼ ହୋଇଛି । ସେ କହିଛନ୍ତି କି ଆମେ ଚାହୁଁଛୁ କି କିଛି ଭୁଲ୍ ଉପାୟ ଅବଲମ୍ବନ କରି କୌଣସି ଛାତ୍ର ଲାଭ ଉଠାଇ ନ ପାରନ୍ତୁ ।