Odia News Portal

ପାଣ୍ଡିଆନ୍‌ ଉଭୟ ରାଜ୍ୟ ଓ ଦଳ ପାଇଁ ଭଲ କାମ କରିଛନ୍ତି: ନବୀନ ପଟ୍ଟନାୟକ

ଓଡ଼ିଶା ସରକାରରେ ପୂର୍ବତନ ୫ଟି ଅଧ୍ୟକ୍ଷ ତଥା ବି‌ଜେଡିରୁ ଇସ୍ତଫା ଦେଇଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ମୁହଁ ଖୋଲିଛନ୍ତି। ନବୀନ ନିବାସରେ ବିଜେଡି ସୁପ୍ରିମୋ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଭି କେ ପାଣ୍ଡିଆନ୍‌ ଉଭୟ ରାଜ୍ୟ ଓ ଦଳ ପାଇଁ ଭଲ କାମ କରିଛନ୍ତି। ସେ ଗତ ୧୦ ମାସ ହେଲା ବିଜେଡିରୁ ଇସ୍ତଫା ଦେଇସାରଛନ୍ତି। ବର୍ତ୍ତମାନ ସମୟରେ ବିଜେଡିର କୌଣସି କାର୍ଯ୍ୟରେ ସଂଶ୍ଲିଷ୍ଟ ନାହାନ୍ତି।  

ଶ୍ରୀ ପଟ୍ଟନାୟକ ପୁଣି ଥରେ ପାଣ୍ଡିଆନଙ୍କ ସମର୍ଥନରେ ବାହାରି ଗୁରୁତ୍ବପୂର୍ଣ୍ଣ ପ୍ରତିକ୍ରିୟା ଦେଇଛନ୍ତି। ପାଣ୍ଡିଆନଙ୍କୁ ଆକ୍ରମଣ କରୁଥିବା ନେତାଙ୍କୁ କଡ଼ା ଜବାବ ଦେଇଛନ୍ତି। ପାଣ୍ଡିଆନଙ୍କୁ ସମାଲୋଚନା କରିଥିବା ପ୍ରଭାତ ତ୍ରିପାଠୀଙ୍କ ପ୍ରତି କଡ଼ା ମନ୍ତବ୍ୟ ଦେଇଛନ୍ତି।ପ୍ରଭାତ ତ୍ରିପାଠୀ ପୂର୍ବରୁ ଦଳରୁ ବିଦା ହୋଇଥିଲେ। ‘ଚିଟଫଣ୍ଡ ମାମଲାରେ ପୂର୍ବରୁ ପ୍ରଭାତ ଜେଲ୍‌ ଯାଇଛନ୍ତି। ପ୍ରଭାତ ତ୍ରିପାଠୀ ବିଜେଡିର କିଛି ନୁହଁନ୍ତି।

ପ୍ରଭାତ ତ୍ରିପାଠୀ ପୂର୍ବରୁ ଦଳରୁ ବିଦା ହୋଇଥିଲେ। ‘ଚିଟଫଣ୍ଡ ମାମଲାରେ ପୂର୍ବରୁ ପ୍ରଭାତ ଜେଲ୍‌ ଯାଇଛନ୍ତି। ପ୍ରଭାତ ତ୍ରିପାଠୀ ବିଜେଡିର କିଛି ନୁହଁନ୍ତି।