ବିଜେଡିର ପରାଜୟ ଓ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସମ୍ପର୍କରେ ସୁପ୍ରିମୋ ନବୀନ ପଟ୍ଟନାୟକ ବଡ଼ ବୟାନ ଦେଇଛନ୍ତି ।
ସେ କହିଛନ୍ତି ଯେ ଗଣତନ୍ତ୍ରରେ ଜିତିବା ଓ ହାରିବା ନିରନ୍ତର ପ୍ରକ୍ରିୟା । ଦୀର୍ଘଦିନ କ୍ଷମତାରେ ରହିବା ପରେ ହାରିବାକୁ ସ୍ୱୀକାର କରୁଛି । ପରାଜୟ ସତ୍ତ୍ୱେ ରାଜ୍ୟବାସୀଙ୍କ ପାଇଁ ସେବା ଜାରି ରଖିିବି । ପାଣ୍ଡିଆନଙ୍କୁ ପରାଜୟ ପାଇଁ ସମାଲୋଚନା କରିବା ଗ୍ରହଣୀୟ ନୁହେଁ । ତାଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ ।
ପାଣ୍ଡିଆନ ଅଫିସରଭାବେ କାମ କରି ଚାକିରିରୁ ଅବସର ନେଇ ବିଜେଡିରେ ମିଶିଥିଲେ । ସେ କୌଣସି ପଦପଦବୀରେ ନାହାନ୍ତି କି ଚଳିତ ନିର୍ବାଚନରେ ଲଢିନାହାନ୍ତି । ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହନ୍ତି ମୁଁ ଆଉଥରେ ସ୍ପଷ୍ଟ କରୁଛି । ମୋ ଉତ୍ତରାଧିକାରୀ ଓଡ଼ିଶାବାସୀ ସ୍ଥିର କରିବେ ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ ମୋ ସ୍ୱାସ୍ଥ୍ୟ ଅବସ୍ଥା ନେଇ ପ୍ରଶ୍ନ କରାଯାଇଛି । ତେବେ ମୁଁ ପୂରା ସୁସ୍ଥ ଅଛି । ନିର୍ବାଚନରେ ଦଳ ପାଇଁ ପ୍ରଚାର କରିଛି ।