ନିର୍ବାଚନୀ ଋତୁରେ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ । ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି ଆନନ୍ଦ ବୋଷ ଅସଦାଚରଣ କରିଥିବା ନେଇ ରାଜଭବନର ଜଣେ ଅସ୍ଥାୟୀ ମହିଳା କର୍ମଚାରୀ ଅଭିଯୋଗ କରିଛନ୍ତି । ଚାକିରିକୁ ସ୍ଥାୟୀ କରିଦେବାର ପ୍ରତିଶ୍ରୁତି ଦେଇ ରାଜ୍ୟପାଳ ତାଙ୍କ ସହ ଏପରି ଲଜ୍ଜାଜନକ କାଣ୍ଡ କରିଥିବା ମହିଳାଜଣକ ଅଭିଯୋଗ କରିଛନ୍ତି।
ମାତ୍ର ରାଜ୍ୟପାଳ ସି.ଭି ଆନନ୍ଦ ବୋଷ ଏପରି ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିବା ସହ ଏହା ନିର୍ବାଚନୀ ଷଡଯନ୍ତ୍ର ବୋଲି କହିଛନ୍ତି। ଏହାକୁ ନେଇ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇ ଉଠିଛି।
ପୁଲିସ୍ ସୂଚନା ଅନୁଯାୟୀ, ଗତକାଲି ରାଜଭବନ ଶାନ୍ତି କକ୍ଷରେ କାର୍ଯ୍ୟରତ ଥିବା ଜଣେ ଅସ୍ଥାୟୀ ମହିଳା କର୍ମଚାରୀ ରାଜଭବନ ମଧ୍ୟରେ ଥିବା ପୁଲିସ୍ ପୋଷ୍ଟ ହାଉସରେ ପହଞ୍ଚିଥିଲେ। ସେଠାରେ ସେ ରାଜ୍ୟପାଳଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣି ତାଙ୍କୁ ସ୍ଥାୟୀ ଚାକିରିର ପ୍ରଲୋଭନ ଦେଖାଇ ଅଶାଳୀନ ବ୍ୟବହାର ପ୍ରଦର୍ଶନ ସହ ଟଣାଓଟରା କରିଥିବା ଅଭିଯୋଗ କରିଥିଲେ।
ଏନେଇ ପୋଷ୍ଟରେ ଥିବା ଅଧିକାରୀ ତୁରନ୍ତ ନିକଟସ୍ଥ ପୁଲିସ୍ ଷ୍ଟେଶନକୁ ଫୋନ୍ କରିଥିଲେ। ସେଠାରୁ ବରିଷ୍ଠ ଅଧିକାରୀ ଗଭର୍ଣ୍ଣର ହାଉସରେ ପହଞ୍ଚିଥିଲେ। ସେଠାରୁ ତୁରନ୍ତ ସମ୍ପୃକ୍ତ ମହିଳାଙ୍କୁ ପୁଲିସ୍ ଷ୍ଟେଶନ ନେଇ ପଚରାଉଚ