Odia News Portal

ପରୀକ୍ଷା ପେ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରୀକ୍ଷା ପେ ଚର୍ଚ୍ଚାରେ ଛାତ୍ର ଛାତ୍ରୀଙ୍କୁ ସମ୍ବୋଧନ କରିଛନ୍ତି ।  ୟୁନିଟ- ୧ ସରକାରୀ ଉଚ୍ଚ ବିଦ୍ୟାଳୟରେ କାଯ୍ୟକ୍ରମ ଚାଲିଛି । ସେହିପରି ଆଜି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର “ପରୀକ୍ଷା ପେ ଚର୍ଚ୍ଚା”   କା କାର୍ଯ୍ୟକ୍ରମରେ ଛାତ୍ର ଏବଂ ସେମାନଙ୍କ ଅଭିଭାବକଙ୍କ ଚାପ ମୁକାବିଲା କରିବା ଉପରେ ଏକ ଆଲୋଚନା କରିଛନ୍ତି । ଏହା ଆଜି ସକାଳ ୧୧.୦୦ ସମୟରେ ନୂଆଦିଲ୍ଲୀର ପ୍ରଗତି ମୈଦାନର ଭାରତ ମଣ୍ଡପରେ ଅନୁଷ୍ଠିତ ହୋଇଛି । ସାରା ବିଶ୍ୱରୁ ୩.୩୦ କୋଟିରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକ ପରୀକ୍ଷା ପେ ଆଲୋଚନା ୨୦୨୫ ପାଇଁ ପଞ୍ଜିକରଣ କରିଛନ୍ତି । ଏହି ବର୍ଷ ଏହିକାର୍ଯ୍ୟକ୍ରମ ଏକ ନୂତନ ଇଣ୍ଟରାକ୍ଟିଭ୍ ଫର୍ମାଟରେ ଅନୁଷ୍ଠିତ ହେଉଛି । ଏଥର ଏଥିରେ ଅନେକ ସେଲିବ୍ରିଟି ମଧ୍ୟ ଅଂଶଗ୍ରହଣ କରୁଛନ୍ତି । ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁ କୋନ, ବିକ୍ରାନ୍ତ ମାସୀ, ଭୂମି ପେଡ୍‌ନେକର ଏବଂ ୬ ଥରର ବକ୍ସିଂରେ ବିଶ୍ୱ ବିଜୟୀ ବକ୍ସର ମେରିକମ ସାମିଲ ହେବେ । ଏହାଛଡ଼ା ସଦଗୁର ସମେତ ଅନ୍ୟ ଧର୍ମଗୁରୁ ମଧ୍ୟ ସାମିଲ ହେବେ ।