ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରୁ ବିଡ଼ାବିଡ଼ା ଟଙ୍କା ମିଳିଛି। ବାବୁଙ୍କ ଭୁବନେଶ୍ବରସ୍ଥିତ ଫ୍ଲାଟରୁ ନଗଦ ୧୭ ଲକ୍ଷ ଟଙ୍କା ଜବତ ହୋଇଛି। କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ଘରେ ରେଡ ହୋଇଛି। ଅଫିସ ସମେତ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ ଟିମ ମଙ୍ଗଳବାର ଭୋରରୁ ତାଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି।
କାର୍ଯ୍ୟର୍ନିବାହୀ ଅଧିକାରୀ ସୂର୍ଯ୍ୟମଣିଙ୍କ କାର୍ଯ୍ୟାଳୟ ସମେତ ତାଙ୍କର ଗଞ୍ଜାମ ସୋର ସ୍ଥିତ ବାସଭବନ, ଅଫିସ କାର୍ଯ୍ୟାଳୟରେ ବର୍ତ୍ତମାନ ଚଢ଼ାଉ ଜାରି ରହିଛି।
ଅଫିସ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ ଫାଇଲ ପତ୍ର ଯାଞ୍ଚ କରୁଛି। ଅନ୍ୟପକ୍ଷେ ସୋର ତାଙ୍କର ୩ଟି ଘର ରହିଥିବା ଜଣାପଡିଛି। ଯାହାକୁ ସେ ଭଡ଼ା ସୂତ୍ରରେ ଦେଇଥିବାର ସୂଚନା ମିଳଛି। ଏପରିକି ତାଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ଟିମ ଚଢାଉ କରିଛି।