ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଛି ରାମକୃଷ୍ଣ ଙ୍କ ଶେଷକୃତ୍ୟ । ତାଙ୍କ ମରଶରୀର ଗତକାଲି ରାତି ୧୨ ଟାରେ ଗଂଜାମ ସ୍ଥିତ ଢୁଙ୍କାପଡା ଗ୍ରାମରେ ପହଂଚିଥିଲା ।
ନିଜ ପ୍ରିୟ ନେତାଙ୍କ ଶେଷ ଦର୍ଶନ ପାଇଁ ବିଳମ୍ବିତ ରାତି ପର୍ୟ୍ୟନ୍ତ ଗାଁ ଲୋକେ ଅପେକ୍ଷା କରି ରହିଥିଲେ । ତାଙ୍କ ବାସଭବନରେ ସମସ୍ତେ ଉପସ୍ଥିତ ରହି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଏହାପରେ ପୁରୀକୁ ନିଆଯାଇଥିଲା ଅନ୍ତିମ ସଂସ୍କାର ପାଇଁ।