Odia News Portal

ନୁଆ ବର୍ଷ ପାଇଁ ଆସିପାରେ ଗାଇଡଲାଇନ

ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବଡଦିନ ଓ ନୁଆବର୍ଷ ପାଇଁ ଆସିପାରେ ଗାଇଡ ଲାଇନ ।ରାଜ୍ୟରେ ୨ ଜଣ ଓମିକ୍ରନ ଆକ୍ରନ୍ତ ଚିହ୍ନଟ ହେବା ପରେ ଚିନ୍ତା ଘାରିଛି ନବୀନଙ୍କୁ । ଏ ନେଇ ଉଚ୍ଚସ୍ତରୀୟ ବୈଠକ ବସିଥିଲା ।
ତେବେ ସଂକ୍ରମଣର ସ୍ଥିତିକୁ ନେଇ ଜିଲ୍ଲାପାଳ କଟକଣା ଲଗାଇ ପାରିବେ ବୋଲି ଦାୟିତ୍ବ ଦେଇଛନ୍ତି ସରକାର । ବଡଦିନ ଓ ନୂଆବର୍ଷ ପାଇଁ ବିଭିନ୍ନ ସ୍ଥାନରେ ଭିଡ ଜମିପାରେ । ଯାଦାହ୍ବାରା କରୋନା ବ୍ୟାପିବାର ଭୟ ଅଧିକ । ଓମିକ୍ରନ ଅଧିକ ସଂକ୍ରାମକ ହୋଇଥିବାରୁ ବଡଦିନ ଓ ନୂଆବର୍ଷରେ ସ୍ବତନ୍ତ୍ର ଗାଇଡଲାଇନ ନେଇ ସରକାର ବିଚାର ବିମର୍ଶ କରୁଛନ୍ତି ।
ସେପଟେ କରୋନା ନିୟମ ପାଳନ କରିବା ସହିତ ସଚେତନ ରହିବା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ସହ ଦରକାର ନଥିଲେ ବାହାରକୁ ନଯିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।