Odia News Portal

ନିର୍ଯ୍ୟାତନା ଏବଂ ଦୁଷ୍କର୍ମ କିଭଳି ନହେବ ପ୍ରାଥମିକ ଦୃଷ୍ଟି ରଖିଛନ୍ତି ରାଜ୍ୟ ସରକାର- ଆଇନ ମନ୍ତ୍ରୀ

କଟକ  ଲଜ୍ଜା ଘଟଣା ଏବେ ଚାରିଆଡେ ଚାଞ୍ଚଲ୍ୟ ଖେଳିଯାଇଛି ।  ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ,  ମହିଳା ଜନିତ ଆକ୍ରମଣ ହେଉ କିମ୍ବା ନିର୍ଯ୍ୟାତନା ଏସବୁ ଘଟଣା ପାଇଁ ସରକାର କଠୋରରୁ କଠୋର କାର‌୍ୟ୍ୟାନୁଷ୍ଠାନ  ଦେବାର ପ୍ରକ୍ରିୟା ଆରମ୍ଭ  କରିସାରିଛନ୍ତି । ଆଗାମୀ ଦିନ ମାନଙ୍କରେ କୌଣସି ବ୍ୟକ୍ତି  ଏଭଳି କାର‌୍ୟ୍ୟ କିଭଳି ନ କରିବ ସେଥିପାଇଁ ଯାହା କାର‌୍ୟ୍ୟାନୁଷ୍ଠାନ ନେବା କଥା ସରକାର ତାହା ସମ୍ପୁର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ପୁଲିସ ବିଭାଗକୁ ନିର୍ଦ୍ଦେଶ ଦେଇ ସାରିଛନ୍ତି । ନିର୍ଯ୍ୟାତନା ଏବଂ ଦୁଷ୍କର୍ମ କିଭଳି ନହେବ ଏସବୁରେ ପ୍ରାଥମିକ ଦୃଷ୍ଟି ରଖିଛନ୍ତି ରାଜ୍ୟ ସରକାର ।