Odia News Portal

ନବ ଦାସ ହତ୍ୟା ମାମଲା,ପୁଣି ସିବିଆଇ ତଦନ୍ତ ଦାବି କଲେ ପରିବାର ଲୋକେ

ନବ ଦାସଙ୍କ ପରିବାର ଲୋକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ଦାବି ଜଣାଇବାକୁ ପାଖାପାଖି ମାସେ ହେଲାଣି । ହେଲେ ରାଜ୍ୟ ସରକାର ସିବିଆଇ ତଦନ୍ତ ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ସିବିଆଇ ତଦନ୍ତ କଥା କହୁଥିବା ସରକାର କାହିଁକି ଏବେ ଏଦିଗରେ କୌଣସି ଠୋସ୍ ପଦକ୍ଷେପ ନେଉନାହାନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

 ଏହାରି ଭିତରେ ପୁଣି ସିବିଆଇ ତଦନ୍ତ ଦାବି ଦୋହରାଇଛନ୍ତି ନବ ଦାସଙ୍କ ପୁଅ ବିଶାଳ ଦାସ । କନକ ନ୍ୟୁଜ୍‌କୁ ଏକ୍ସକ୍ଲୁସିଭ ପ୍ରତିକ୍ରିୟା ଦେଇ ବିଶାଳ ଦାସ କହିଛନ୍ତି ,  ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ କହି ସାରିଛୁ  ।  ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରାଯାଇଛି । ମୁଖ୍ୟମନ୍ତ୍ରୀ ନ୍ୟାୟ ଦେବେ ବୋଲି ଭରସା ରହିଛି ।  ଯାହା କହିବା କଥା ସବୁ ମୁଖ୍ୟମନ୍ତ୍ରୀଙ୍କୁ କହିଛୁ ବୋଲି କହିଛନ୍ତି ବିଶାଳ ଦାସ । 

– ନବ ଦାସ ହତ୍ୟା ମାମଲାରେ କ୍ରାଇମ୍‌ବ୍ରାଞ୍ଚ ସାନି ତଦନ୍ତ କରିଥିଲା
– କ୍ରାଇମ୍‌ବ୍ରାଞ୍ଚର ସାନି ତଦନ୍ତକୁ ବି ପାଖାପାଖି ମାସେ ହେଲାଣି
– ତଦନ୍ତରୁ କ’ଣ ମିଳିଲା ତାହା ଏଯାଏଁ କୋର୍ଟରେ ଦାଖଲ ହୋଇନି
– ପୂର୍ବ ତଦନ୍ତ ରିପୋର୍ଟରେ ନୂଆ ଦିଗ ଯୋଡ଼ିଲେ ମାମଲାର ମୋଡ଼ ବଦଳିପାରେ
– ପୂର୍ବରୁ ଷଡଯନ୍ତ୍ର ଦିଗରେ ଆଦୌ ତଦନ୍ତ ହୋଇନଥିଲା
– ସାନି ତଦନ୍ତରେ ବି ଏହି ଦିଗରେ ସେଭଳି କିଛି ଛାନଭିନ ହୋଇନି
– ମୃତ୍ୟୁର ସମୟକୁ ନେଇ ରହିଥିବା ବିବାଦକୁ ନେଇ ପଚରାଉଚରା ହୋଇଛି
– ଇସିଜି ରିପୋର୍ଟ ଆଦି ସବୁରେ ମଧ୍ୟ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ
– ୧୫ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ମଧ୍ୟ କରାଯାଇଛି 

ଏବେ ପ୍ରଶ୍ନ ଉଠୁଛି ସମ୍ଭବ କି ସିବିଆଇ ତଦନ୍ତ?
– କ’ଣ କହୁଛି ଭାରତୀୟ ଆଇନ୍‌?
– ଅଦାଲତରେ ଦିଆ ସରିଛି ମାମଲାର ଚାର୍ଜସିଟ୍‌ 
– ଖାରଜ ହୋଇଛି ସିବିଆଇ ତଦନ୍ତ ଦାବି ପିଆଇଏଲ୍‌ 
– କୋର୍ଟ ନିର୍ଦ୍ଦେଶ ଦେଲେ ସିବିଆଇ ତଦନ୍ତ ହୋଇପାରିବ
– ଆଉ କେହି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇପାରିବେ କି?
– କେନ୍ଦ୍ରକୁ ସୁପାରିଶ କରି ପାରିବେ କି ରାଜ୍ୟ ସରକାର?