Odia News Portal

ନକଲି ସସ୍ କାରଖାନା ଠାବ

ଭୀମଟାଙ୍ଗିରେ ଏକ ନକଲି ସସ୍ କାରଖାନା ଠାବ ହୋଇଛି । କମିଶନରେଟ ପୁଲିସ ସ୍ପେଶାଲ ସ୍କ୍ବାଡର ଚଢାଉରେ ଏଠାରୁ କ୍ବିଣ୍ଟାଲ କ୍ବିଣ୍ଟାଲ ନକଲି ଟମାଟୋ ଓ ଚିଲି ସସ୍ ଜବତ ହୋଇଛି । କାରଖାନାରୁ ସସ୍ ତିଆରିରେ ବ୍ୟବହୃତ କଞ୍ଚାମାଲ ସହ ପ୍ୟାକିଂ ସାମଗ୍ରୀ ମଧ୍ୟ ଜବତ ହୋଇଛି । ସସ୍ ଉପରେ ଅମ୍ରିତା କମ୍ପାନୀର ବୋଲି ଷ୍ଟିକର ମରା ଯାଇଛି କିନ୍ତୁ ସେଥିରେ କେବେ ତିଆରି ହୋଇଛି ଏବଂ ଏକ୍ସପାୟରୀ ତାରିଖ ଆଦି ସମ୍ପର୍କରେ କୌଣସି ସୂଚନା ଉଲ୍ଲେଖ ନାହିଁ ।