ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରାମର୍ଶ ଦେବା ପରେ ଏହାକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଏହାରି ଭିତରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଯେ ନାଁ ବଡ଼ ନୁହେଁ, କାମ ବଡ । ନାମ ପରିବର୍ତ୍ତନ କଲେ ଚରିତ୍ର ବଦଳେନି, ଶିକ୍ଷାର ମାନ ବଢ଼ିବନି । ମାନ ବୃଦ୍ଧି ପାଇଁ ଶିକ୍ଷାମନ୍ତ୍ରୀ ପରାମର୍ଶ ଦେଲେ ଭଲ ହେବ । ମୁଁ ରେଭେନ୍ସାର ପୂର୍ବତନ ଛାତ୍ର ଭାବେ ପ୍ରସ୍ତାବକୁ ଗ୍ରହଣ କରିପାରୁନି। ସେଇଦୃଷ୍ଟି ଓ ବ୍ୟକ୍ତିଗତ ଦୃଷ୍ଟିରୁ ଧର୍ମେନ୍ଦ୍ରଙ୍କ ପ୍ରସ୍ତାବକୁ ବିରୋଧ କରୁଛି। ପ୍ରସ୍ତାବ ଆଦୌଗ୍ରହଣୀୟ ନୁହେଁ କିନ୍ତୁ ଏହାର ଉପରେ ବିତର୍କ ହେଉ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।