ରାଜ୍ୟସଭା ରେ ୱାକଫ ବିଲ ସଂଶୋଧନ ଉପରେ ସାତ ଜଣିଆ ବିଜେଡି ସାଂସଦ ଭାଗ ଭାଗ ହେବା ପରେ ରାଜ୍ୟରେ ବିଜେଡି ବିଭାଜନ ମୁଁହା ହୋଇଛି l କେଉଁ ପରିସ୍ଥିତି ରେ ବିଜେଡି ସଂସଦୀୟ ଦଳ ନେତା ସସ୍ମିତ ପାତ୍ର ୱାକଫ ବିଲ କୁ ବିରୋଧ କରିବା ନିଷ୍ପତ୍ତି ରେ ପରିବର୍ତନ ଆଣି ଶେଷ ମୁହୂର୍ତ୍ତ ରେ ଦଳର ଆଭିମୁଖ୍ୟ କୁ କାହିଁକି ବଦଳାଇଦେଲେ ସେହି ଦୋଷ ସସ୍ମିତ ତାଙ୍କ ନିଜ ମୁଣ୍ଡ ଉପରୁ ଖସାଇ ଦେଇଛନ୍ତି l
ସସ୍ମିତ ପାତ୍ର ବିଦେଶ ଗସ୍ତ ରୁ ଫେରିଲା ପରେ ସେ ଏହା ଉପରେ ସ୍ପଷ୍ଟୀକରଣ ଦେବେ ବୋଲି ବିଜେଡି ପକ୍ଷରୁ କୁହାଯାଉଥିବା ବେଳେ ଆଜି ସସ୍ମିତ ପାତ୍ର ବିଦେଶ ରୁ ଦିଲ୍ଲୀ ଫେରିଛନ୍ତି l ସାମ୍ବାଦିକ ମାନେ ଏହି ବିବାଦ ସମ୍ପର୍କ ରେ ତାଙ୍କର ସ୍ପଷ୍ଟୀକରଣ ମାଗିଥିଲେ ମଧ୍ୟ ସେ ତାଙ୍କର ଦୋଷ ଖସାଇଦେଇ ଦଳ ଉପରେ ଦୋଷ ଲଦିଦେଇଛନ୍ତି l ସେ କହିଛନ୍ତି ଯେ ଏ ସମ୍ପର୍କ ରେ ଯାହା କହିବା କଥା ତାହା ଦଳ କହିବ l
ଦୀର୍ଘ ଏକ ସପ୍ତାହ ହେଲା ଏହି ଘଟଣା କୁ ନେଇ ବିଜେଡି ରେ ବିଦ୍ରୋହ ଦେଖାଦେଇଛି ଗୋଟିଏ ଗୋଷ୍ଠୀ ନବୀନ ଙ୍କ ସପକ୍ଷରେ ଥିବା ବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ ପାଣ୍ଡିଆନ ଙ୍କୁ ବିରୋଧ କରି ତାଙ୍କୁ ଦଳ ରୁ ବିଦା କରିବା ପାଇଁ ନବୀନ ନିବାସ ରେ ପାଣ୍ଡିଆନ ହଟାଓ ନାରା ଦେଇଛନ୍ତି l
ବସ୍ତୁତ୍ୱ ବର୍ତମାନ ବିଜେଡି ଖଣ୍ଡ ଖଣ୍ଡ ହୋଇ ଦୁଇଟି ଗୋଷ୍ଟୀ ରେ ପରିଣତ ହୋଇ ବିଭାଜନ ମୁଖୀ ହୋଇଛି l