ନ୍ୟାୟ ନିଶ୍ଚିତ ମିଳିବ l ଯେଉଁମାନେ ଭାଇରଲ ଭିଡ଼ିଓ ପଛରେ ଅଛନ୍ତି ସେମାନଙ୍କୁ ଖୋଜି ଦଣ୍ଡ ବିଧାନ ପାଇଁ ପୋଲିସ କୁ ନିର୍ଦେଶ ଦିଆଯାଇଛି l ରୋଡ ରୋମିଓ, ପୋଲିସ, ଆର୍ମି ଅଫିସର, ପୀଡ଼ିତା ତଦନ୍ତ ପରିସରରେ l ଗତକାଲି ସକାଳେ ମୁଖ୍ୟମନ୍ତ୍ରୀ ଏକ ମନ୍ତ୍ରୀ ସ୍ତରୀୟ କମିଟି କରିଥିଲେ l ରାତିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେବେ ପହଞ୍ଚିଥିଲେ ସେ ବାବଦରେ ଆଲୋଚନା ହେଲା ଏବଂ ନିଷ୍ପତ୍ତି ହେଲା ଯେଉଁ କଥା ସେମାନେ ଦାବି କରିଛନ୍ତି ଏକ ବିଚାର ବିଭାଗୀୟ ତଦନ୍ତ ପାଇଁ ତୁରନ୍ତ ସରକାର ନିଷ୍ପତ୍ତି ନେବେ l
୬୦ ଦିନ କାର୍ଯ୍ୟକାଳ ଥିବା ବେଳେ ସପ୍ତାହକ ଭିତରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି । ଏହି ମାମଲାରେ ହସ୍ତକ୍ଷେପ ପାଇଁ ଗତ ୧୮ ତାରିଖରେ ସ୍ଥଳ ସେନା ମଧ୍ୟ ଭାରତ ଏରିଆ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ପି.ଏସ୍. ଶେଖାୱତ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଥିଲେ । ଘଟଣାକୁ ନେଇ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଆଜି କିଛି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ ।ଏହି ଘଟଣାରେ ପୀଡ଼ିତା ଏବଂ ମେଜରଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ବାରଣ କରିଛନ୍ତି । ସେହିପରି ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଥିବାରୁ କ୍ରାଇମବ୍ରାଞ୍ଚ ତଦନ୍ତକୁ ମନିଟରିଂ ପାଇଁ ମନା କରିଛନ୍ତି ହାଇକୋର୍ଟ । ତେବେ ଭରତପୁର ଥାନାରେ ସିସିଟିଭି ଲାଗିନଥିବା ନେଇ କ୍ଷୋଭ ପ୍ରକାଶ କରିବା ସହ ସମସ୍ତ ଥାନାରେ ସିସିଟିଭି ସ୍ଥିତି ଜଣାଇବାକୁ ଏଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଘଟଣାରେ ସରକାରଙ୍କ ତ୍ୱରିତ ପଦକ୍ଷେପକୁ ହାଇକୋର୍ଟ ପ୍ରଂଶସା କରିଥିବା ଜଣାପଡିଛି ।