Odia News Portal

ଦୁଇ ଦିନିଆ ରୁଷ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 

ଦୁଇ ଦିନିଆ ରୁଷ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୟୁକ୍ରେନ୍ ଉପରେ ରୁଷ ଆକ୍ରମଣ କରିବା ପରେ ଏହା ମୋଦୀଙ୍କ ପ୍ରଥମ ରୁଷ ଗସ୍ତ । ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ। ପାରସ୍ପରିକ ସ୍ବାର୍ଥ ଉପରେ ମଧ୍ୟ ଆଲୋଚନା କରାଯିବ। ପ୍ରାୟ ୩ ବର୍ଷ ବ୍ୟବଧାନ ପରେ ମୋଦୀଙ୍କ ଏହି ଗସ୍ତ ଏବଂ ପୁଟିନଙ୍କ ସହ ଆଲୋଚନା ବେଶ୍ ଗୁରୁତ୍ବବହନ କରୁଛି ।

ଏଥି ସହ ପୁଟିନଙ୍କ ନିମନ୍ତ୍ରଣ କ୍ରମେ ୨୨ ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିନଳୀରେ ଭାଗ ନେବେ ପ୍ରଧାନମନ୍ତ୍ରୀ । ମସ୍କୋରେ ପହଂଚିବା ପରେ ପୁଟିନଙ୍କ ସହ ଭୋଜନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ରୁଷରେ ଥିବା ଭାରତୀୟ ସମୁଦାୟଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାପରେ ରୁଷରୁ ଅଷ୍ଟ୍ରିଆ ଅଭିମୁଖେ ଯାତ୍ରା କରିବେ ନରେନ୍ଦ୍ର ମୋଦି ।